ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡିରେ ଶୁକ୍ରବାର ଦିନକେନ୍ଦ୍ର ସରକାରଙ୍କର ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଭାରତ ସଂକଳ୍ପ ରଥକୁ ସ୍ଵାଗତ କରା ଯାଇଥିଲା | ଏଥି ସହିତ କେନ୍ଦ୍ର ସରକାରଂକ ବହୁବିଧ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ କାର୍ଯ୍ୟକାରୀଣୀ ସଦସ୍ଯ ସୁକାନ୍ତ ପାଣିଗ୍ରାହୀ, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ଯ ସଂପାଦକ ରାଘବ ମଲ୍ଲିକ, ସରପଂଚ ମିତାରାଣୀ ମାଝୀ, ସମିତିସଭ୍ୟ ଅନ୍ନପୁର୍ଣ୍ଣା ମଲ୍ଲିକ, ଏବିଡିଓ ସାରଦା ପ୍ରସାଦ ମହାନ୍ତି, ବିଜେପି ବାଣୀଗୋଛା ମଣ୍ଡଳ ସଭାପତି କିଶୋର ଚନ୍ଦ୍ର ଦଳ ବେହେରା ଓ ବହୁ ପି ଆର୍ ଆଇ ମେମ୍ବର ଉପସ୍ଥିତ ଥିଲେ l ଟାକେରାଠାରେ ମଧ୍ଯ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
0 Comments