" ବିକଶିତ ଭାରତ ରଥ "ସୋରଡ଼ା ଗ୍ରାମ

 


ନୟାଗଡ (ନୂଆଗାଁ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନ ହିତକାରକ ଯୋଜନା ଯାହା ଲୋକଙ୍କ ଆଗକୁ ଆସି ପାରୁ ନାହିଁ ବା ସାଧାରଣ ଲୋକ ସେ ସମସ୍ତ ଯୋଜନାକୁ ଜାଣି ପାରୁନାହାନ୍ତି , ଯାହା ଜଣେ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ତାହା ଉପରେ ଅଧିକ ସୁଚନା ପାଇଁ ଏବେ ଗାଁ ଗାଁ ରେ ବୁଲୁଚି " ବିକଶିତ ଭାରତ " ରଥ  । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ପହଂଚି ଥିଲା  । ସୋରଡ଼ା ପଞ୍ଚାୟତ ପରିସର ମଧ୍ୟରେ ଶତାଧିକ ମହିଳା ସମାବେଶ ହୋଇ ଭବ୍ୟ ସ୍ଵାଗତ ସମାରୋହ ସହିତ ପଞ୍ଚାୟତ ରେ " ବିକଶିତ ଭାରତ ରଥ " କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ,  ସୋରଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ , ପଂଚାୟତ ଅଧିକାରୀ , ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ  ଉପସ୍ଥିତ ଥିଲେ  ।

Post a Comment

0 Comments