ରାଜ୍ୟସ୍ତରୀୟ ବିଜ୍ଞାନ ମେଳା କୁ ଉତୀର୍ଣ୍ଣ ହେଲେ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ

 


ନୟାଗଡ଼ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ନୂଆଗାଁ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ  ପ୍ରଥମ ସ୍ଥାନଅଧିକାର କରିଛନ୍ତି.ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାପାଈଁ ସେ ଜିଲ୍ଲା ସ୍ତରରୁ ମନୋନୀତ ହୋଇଛନ୍ତି.ସୂଚନା ମୁତାବକ ଚଳିତ ମାସ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଲ ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ୮ ଗୋଟି  ବ୍ଲକରୁ ଆସିଥିବା ଛାତ୍ର ଛାତ୍ର ବିଜ୍ଞାନ ମେଳାରେ ଯୋଗଦେଇଥିଲେ । ସେଥିମଧ୍ୟରୁ ସର୍ବଶ୍ରେଷ୍ଠ ବିଜ୍ଞାନ ଷ୍ଟଲ ଭାବରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ସ୍ଥାନପାଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କାଜଲ ପ୍ରିୟଦର୍ଶିନୀ ଙ୍କ ସହଯୋଗିତା ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ  ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରଖୁ ଉତିର୍ଣ୍ଣ ହୋଇଛନ୍ତି । ରୋଗୀ ମନିଟରିଂ ସିଷ୍ଟମ୍  ଉପରେ ଏ ପ୍ରୋଜେକ୍ଟ ଯାହାକି ସଭିଙ୍କ ମନ ଅକରସିତ କରିଥିଲା ଏହି ପ୍ରୋଜେକ୍ଟର ମୂଳଉଦେଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସଠିକ ଭାବରେ ସୁରକ୍ଷିତ ରହିପାରିବ । ଅଧିକାଂଶ ସମୟରେ ଡାକ୍ତର ,ନର୍ଷ ମାନଙ୍କ ଅବହେଳା ଯୋଗୁ କିମ୍ବା ରୋଗୀପାଖରେ ଉପସ୍ଥିତ ନ ରହିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ବହୁ ଅସୁବିଧାର ସମୁଖୀନ ହେବା ସହିତ ଜୀବନ ହରାଉଛନ୍ତି । ଏହି ମଡେଲ ମାଧ୍ୟମରେ ଏହି ସବୁ ଅସୁବିଧାକୁ ଦୂର କରାଯାଇ ପାରିବ ତାହା ଚେଷ୍ଟା କରାଯାଇଛି । ଏହି ମଡେଲ ମାଧ୍ୟମରେ ରୋଗୀ ଦେହରେ ଏକ ହାର୍ଟ ବିଟ ସେନ୍ସର ଓ ଏକ ବୋଡୀ ଟେମ୍ପରଚର ସେନ୍ସର ଲଗା ଯାଇଥାଏ । ଏହା ରୋଗୀର ଶରୀରକୁ କ୍ରମା ଗତ ଭାବରେ ଦେଖି ଏଲସିଡି  ମନିଟର ମାଧ୍ୟମରେ ସୂଚନା ଦେବ । ତତ ସହିତ ସାଲାଇନ ସେନ୍ସର ଓ ଏକ କିବୋର୍ଡ ବ୍ୟବହାର କରାଯାଇଥାଏ । ରୋଗୀର କୌଣସି ଅସୁବିଧା ହେଲେ ସେ କୀବୋର୍ଡ ଦ୍ଵାରା ସୁଇଚ ପ୍ରେସ କରି ସୂଚନା ଦେଇପାରିବ । ଯାହାକି ରୋଗୀର ସୂଚନା ଦେଇପାରିବ  ।  ଅସାବଧାନତା ହେବ ନାହଁ ରୋଗୀ ସୁରକ୍ଷିତ ହୋଇପାରିବ ।  ନୟାଗଡ ଜିଲ୍ଲା ରୁ ୫ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇ ଅଛନ୍ତି । ଚଳିତ ମାସ ରେ ବାରିପଦା ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳରେ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ସମେତ ୪ ଜଣ ପ୍ରତିଯୋଗୀ ଯୋଗଦେବେ । 


Post a Comment

0 Comments