ବାଇକ୍ - ବୋଲେରୋ ଧକ୍କା, ଜଣେ ମୃତ

 

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ ଗ୍ରାମର ଯୁବକ ଦୃଘଟଣାରେ ମୃତ. ସୂଚନା ମୁତାବକ ବଉଦ ଜିଲ୍ଲା ବାମଣ୍ଡା ସନ୍ନିକଟରେ ରବିବାର ଦିନ ବାଇକ୍ - ବୋଲେରୋ ଧକ୍କାରେ ଜଣେ ବ୍ଯକ୍ତି ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମର ଚୈତନ୍ୟ ବାଡ଼ତିଆ ଙ୍କ ପୁତ୍ର ପ୍ରସନ୍ନ ବାଡ଼ତିଆ ବୋଲି ଜଣାପଡିଛି। ବାଇକ୍ ନମ୍ବର ହେଉଛି ଓଡି ୨୫ ସି ୭୦୬୯ | ସେ ମୋଟର ସାଇକେଲ ଚଳାଇ ଆସୁଥିବା ବେଳେ ବାମଣ୍ଡା ସନ୍ନିକଟ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଭଳି ଘଟଣା ଘଟିଛି। ମୃତ ପ୍ରସନ୍ନ ସୋନପୁର ଜିଲ୍ଲା ମନମୁଣ୍ଡାରେ ଦସ୍ତା କାମ କରି ଗୁଜୁରାଣ ମେଣ୍ଟାଉ ଥିଲେ |

Post a Comment

0 Comments