ଦଶପଲ୍ଲା କୁ ରେଳ ଚଳାଚଳ ଦାବିରେ, ଜିଲ୍ଲା କଂଗ୍ରେସ ର ପ୍ରେସ୍ ମିଟ

 


ନୟାଗଡ଼ (ଦଶପଲ୍ଲା )ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦାବୀ ଜୋର ଧରିଲା l ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀ କୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି l ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଦିଆଯାଇ ୭ ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି l ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନ ରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରି ସୂଚନା ଦେଇଛନ୍ତି l ଦଶପଲ୍ଲା ଓ ନୟାଗଡ଼ ବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ଦଶପଲ୍ଲାକୁ ରେଳ ଚଳାଚଳ ହୋଇପାରୁନି l ଦଶପଲ୍ଲା କୁ ରେଳ ଗଡ଼ିବା ନେଇ ସ୍ଥାନୀୟ ସାଂସଦ ଯେତିକି ପ୍ରାଧାନ୍ୟ ଦେଇ ସଂସଦ ରେ ପ୍ରସଙ୍ଗ ଉତ୍ଥାପନ କରୁନଥିବା କଂଗ୍ରେସ ଅଭିଯୋଗ କରିଛି l ଏଥିପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା କୁ ମଧ୍ୟ କଂଗ୍ରେସ ଦାୟୀ କରିଛି l

Post a Comment

0 Comments