ସଡ଼କ ଓ ପରିବହନ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା -୨୦୨୩ ରେ ହିନ୍ଦୀ ଭାଷା ରେ ୨ ମିନିଟ୍ ଅବଧି ର ସଚେତନତା ମୂଳକ ଚଳଚ୍ଚିତ୍ର "ROAD SAFETY LIFE SAFETY" ନିର୍ମାଣ କରି ଦେଶ ପାଇଁ ଗୌରବ ଆଣି ପାରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦଶପଲ୍ଲା ର ଦଶ ଜଣ ଛାତ୍ରୀ । ରାଧା ମୋହନ ଜୀଉ, ନୋଡାଲ ଉଚ୍ଚ ବିଦ୍ୟାଳୟ ର ସଙ୍ଗୀତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଶ୍ରୀ ସନମ୍ ଦାଶ ଏହି ଚଳଚ୍ଚିତ୍ର ର ସଂଳାପ ଓ ଗୀତ ରଚନା କରିଥିବା ବେଳେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାଙ୍ଗୁରୁ କୋଣ୍ଡା, କାଲିମେଳା, ମାଲକାନଗିରି ର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଏହି ଚଳଚ୍ଚିତ୍ର ର ସଙ୍ଗୀତ ଓ ନିର୍ଦ୍ଦେଶନା ଦେଇଛନ୍ତି ।
ସଙ୍ଗୀତ ଶିକ୍ଷକ ଦମ୍ପତିଙ୍କ ଦୁଇ କନ୍ୟା ପ୍ରୀତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନା ପୂର୍ବରୁ ଅନେକ ଶିକ୍ଷା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ, ଏହି କ୍ଷୁଦ୍ର ଚଳଚ୍ଚିତ୍ର ରେ କଣ୍ଠଦାନ ଓ ଅଭିନୟ ମଧ୍ୟ କରିଛନ୍ତି । ଏହି କ୍ଷୁଦ୍ର ଚଳଚ୍ଚିତ୍ର ରେ ଶ୍ରୁତି ଓ ପ୍ରିତୀ ଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶପଲ୍ଲା ଛାତ୍ରୀ ରୋଜାଲି ପ୍ରଧାନ, ଶର୍ମିଷ୍ଠା ଶାସନି, ଦିବ୍ୟାଶ୍ରୀ ଦାଶ, ମଞ୍ଜିତା ସୁବୁଦ୍ଧି, ଶୁଭଶ୍ରୀ ବେହେରା, ମେଘନା ବେହେରା, ଗାୟତ୍ରୀ ସାହୁ ଓ ପାୟଲ ପ୍ରିୟଦର୍ଶିନୀ ଙ୍କ ସମେତ ବିଶେଷ ଭୂମିକା ରେ ଦଶପଲ୍ଲା ର ପ୍ରଣୟ କୁମାର ମହାନ୍ତି , ଅନନ୍ୟା ଦାଶ ଓ ବରିଷ୍ଠ ଅଭିନେତା ଅନୁପ ପଟ୍ଟନାୟକ ମଧ୍ୟ ଏହି ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ସାରା ଭାରତ ରୁ ଆସିଥିବା ୭ ଟି ଭାଷାର ୨୪୭ ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ଶ୍ରେଷ୍ଠ ୪୨ ଗୋଟି କ୍ଷୁଦ୍ର ଚଳଚ୍ଚିତ୍ର କୁ ପର୍ଯ୍ୟାୟ କ୍ରମେ, ୦୧ ଡିସେମ୍ବର ରେ ବ୍ରହ୍ମପୁର, ୪ ଡିସେମ୍ବର ରେ ସମ୍ବଲପୁର, ୭ ଡିସେମ୍ବର ରେ ଅନୁଗୁଳ , ଏବଂ ୧୨ ଡିସେମ୍ବର ରେ ଭୁବନେଶ୍ୱର କିଟ କ୍ୟାମ୍ପସ ପରିସର ରେ ପ୍ରଦର୍ଶିତ କରାଯାଇ ସେଥିମଧ୍ୟରୁ "ROAD SAFETY LIFE SAFETY" ଚଳଚ୍ଚିତ୍ର କୁ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗ ରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
🙇♂️🌹🙇♂️
*ସମ୍ପୂର୍ଣ୍ଣ ଚଳଚ୍ଚିତ୍ର*👇
https://youtu.be/7Ug3xva9CtI?si=U0xK4wiwSnqPw8c7
*-----*
*କେବଳ ଗୀତ*👇
https://youtu.be/tMGexq1nRmE?si=AErxLQYMA0Eh2y57
*----*
*ଷ୍ଟୁଡିଓ ଭର୍ସନ*👇
https://youtu.be/gpFRjQS8FYs?si=ShaAk3HuQ3ObFnbw
0 Comments