
ନୟାଗଡ଼ ଜିଲ୍ଲାନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ା ଝୋଲା ଦଧିବାମନ ଜୀଉ ଉଛ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଗୁରୁବାର ଦିନ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (Integrated Youth Development Programme) (IYDP) ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଥିଲା ବେଳେ ସମ୍ମାନିତ ଅଥଲିଥି ଭାବେ ଏହି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ସାହୁ,ବାହାଡ଼ା ଝୋଲା ସରପଞ୍ଚ ଆରତୀ ସେଠୀ ସମୀତିସଭ୍ୟା ମିତା ଅଧିକାରୀ, କାପତାପଲ୍ଲି ସରପଞ୍ଚ ସାରସ କୁମାର ସାହୁ,ହରିପୁର ସରପଞ୍ଚ ଜିତୁ ଖଟୁଆ,ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ମହାପାତ୍ର,ବେରୁଆଁବାରି ସରପଞ୍ଚ ସୁଶାନ୍ତ କୁମାର ସାହୁ,ଏବଂ ଗୂମୀ ପଞ୍ଚାୟତ ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ତାଙ୍କ ଅଭିଭାଷଣ ରେ ସଶକ୍ତ ଓଡ଼ିଶା ଗଠନ ପାଇଁ ଯୁବକ ମାନଙ୍କ ସାମଗ୍ରିକ ବିକାଶ ହେବା ଦରକାର।ମାନ୍ୟବର ମୁଖ୍ୟମନ୍ତ୍ରୀ ଆକାଂକ୍ଷିତ କାର୍ଯ୍ୟକ୍ରମ ସମନ୍ୱିତ ଯୁବ ବିକାଶ ( ଯୁବ ଓଡ଼ିଶା ନବୀନ ଓଡ଼ିଶା)କାର୍ଯ୍ୟକ୍ରମ ଯାହାକି ଯୁବ ଓଡ଼ିଶା ର ସ୍ଵପ୍ନ କୁ ସାକାର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା କଥା କହିଥିଲେ।

ନୂତନ ଓଡ଼ିଶା ଗଠନ ରେ ଯୁବକ ମାନଙ୍କ ସାମଗ୍ରିକ ବିକାଶ ଆବଶ୍ୟକ କୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହିତ କ୍ରୀଡା,ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଯୁବକ ମାନଙ୍କ ସାମଗ୍ରିକ ବିକାଶ ହୋଇପାରି ବା କଥା କହିଥିଲେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରି ପଦକ୍ଷେପ ସ୍ବରୁପ ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ, ଅନ୍ତର୍ନିହତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରୁଛନ୍ତି । ସୁସ୍ଥ ଶରୀର ସୁସ୍ଥ ମନ ପାଇଁ କ୍ରୀଡା ନିହାତି ଆବଶ୍ୟକ ଯାହାକି ପାଠ ପଢିବାରେ ଆଗ୍ରହ ସୃଷ୍ଟି କରିଥାଏ ।
0 Comments