ନିର୍ମାଣ ର ଗୋଷ୍ଠୀ ବିହନ ମେଳା ଉଦ୍ଘାଟିତ।



ଦଶପଲ୍ଲା ବ୍ଲକ ଘୁଗୁଡିପଡା ଗ୍ରାମ ପଞ୍ଚାୟତ ଅଧୀନ ଚମ୍ପାଡାଳି ଗ୍ରାମରେ ସୋମବାର 'ନିର୍ମାଣ' ଅନୁଷ୍ଠାନ ତରଫରୁ ଦୁଇଦିନିଆ ଵିହନ ବିହନ ମେଳା ଆରମ୍ଭ କରିଛନ୍ତି। ନିର୍ମାଣ ଅନୁଷ୍ଠାନ ନୟାଗଡ଼ ଜିଲ୍ଲା ର ଦଶପଲ୍ଲା ଅଞ୍ଚଳ ରେ ୫ ବର୍ଷ ଧରି ପ୍ରାକୃତିକ କୃଷି ରେ ପ୍ରଚାର ପ୍ରସାର ଓ ଦେଶୀ ଵିହନର ସଂରକ୍ଷଣ ଉପରେ କାର୍ଯ୍ୟ କରୁଛି ଦେଶୀ ଵିହନର ସଂରକ୍ଷଣ କୁ ନେଇ ନିର୍ମାଣ ୫୫ରୁ ଅଧିକ ଗ୍ରାମ ରେ ଚାଷୀଙ୍କ ସହ ମିଶି ଅନେକ କାମ ହାତକୁ ନେଇଛି ପଂଚାୟତ ସ୍ତରରେ ଗୋଷ୍ଠୀ ସ୍ତରୀୟ ବିଭିନ୍ନ ବ୍ୟାଙ୍କ ଗଠନ, ଗ୍ରାମ ସ୍ତରୀୟ ଵିହନ ଅଦଳ ବଦଳ ପରିବେଶ ସହଣିକ ଚାଷ ଯୋଜନା ପ୍ରସ୍ତୁତ ଓ ଵିହନ ମେଳା କରି ଏପରି କିଛି ଯାହା କରିଛି ଯାହା ଚାଷୀ ଙ୍କୁ ଏକାଠି କରିପାରିଛି ଵୋଲି ଅନୁଷ୍ଠାନ ର କାର୍ଯ୍ୟ କାରୀ ନିର୍ଦେଶକ ପ୍ରଶାନ୍ତ ମହାନ୍ତି ସ୍ବାଗତ ଭାଷଣ ଦେଇ ଉପରୋକ୍ତ ସୂଚନା ଦେଇଥିଲେ ଏଥିରେ ମୂଖ୍ୟ ଅତିଥି ରୂପେ ଦଶପଲ୍ଲା ବ୍ଲକ ଚେୟାରମେନ ସୁନନ୍ଦା ସାହୁ , ସମ୍ମାନୀତ ଅତିଥିଭାବେ,ରାଜ୍ୟ ସଂଯୋଜିକା ଅରୁଣିମା ସ୍ବାଇଁ, ସିଡିଏମଓ ସଞ୍ଜୟ କୁମାର ଦଳେଇ, ଜିଲ୍ଲା ସଂଯୋଜକ ଅବିନାଶ ପଣ୍ଡା, ରାଜ୍ୟ ସଂଯୋଜକ ଦିନେଶ ବାଲମ୍, ଗବେଷକ ରବି ଵେହେରା ପ୍ରମୁଖ ଯୋଗ ଦେଇଥିଲେ, ପ୍ରାରମ୍ଭ ରେ ଉକ୍ତ ଅଂଚଳର ଵହୁ ମହିଳା ଓ ପୁରୁଷ ଚାଷୀ ବିଭିନ୍ନ କିସମର ଧାନ ଧରି ନାଚ ଗୀତରେ ଶୋଭାଯାତ୍ରା ରେ ବିହନ ମେଳା ପର୍ଯ୍ୟନ୍ତ ଆସିଥିଲେ ସେଠାରେ ପ୍ରଦର୍ଶୀତ ହୋଇଥିଲା ,ନିର୍ମାଣ ଦଶପଲ୍ଲା ର ସଦସ୍ୟ ମାନେ ଏଥିରେ ସମସ୍ତେ ସହଯୋଗ କରିଥିଲେ , ମଂଗଳ ବାର ମଧ୍ୟ ଏହି ମେଳା ଚାଲିବ ବୋଲି ଜଣାଯାଇଛି,

Post a Comment

0 Comments