ନୂଆଗାଁ ବ୍ଲକରେ ଆଇଟି ଉପଦେଷ୍ଟାଙ୍କ ପରିଦର୍ଶନ



ନୟାଗଡ ରାଜ୍ୟ ସରକାରଙ୍କ ସୁଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ନୂଆଗାଁ ବ୍ଲକରେ ପରିଦର୍ଶନ କରିଛନ୍ତି । ଜନସାଧାରଙ୍କ ନିକଟରେ  ଇଣ୍ଟର  ନେଟ୍ ମାଧ୍ୟମରେ ସରକାରଙ୍କର ସମସ୍ତ ଯୋଜଜନା କୁ ହାତ ପାହାନ୍ତାରେ ପାଇପାରିବେ ସେ ବ୍ୟବସ୍ତା କରାଯାଉଆଛି । ସେହି କାର୍ଯ୍ୟର ସୂଚାରୁ ରୂପେ ପାଳନ ହେଉଛି କି ନାହିଁ ତାର ସମସ୍ତ ତଥ୍ୟ ପାଇଁ ଏ ଗ୍ରସ୍ତ କାର୍ଯ୍ୟ କ୍ରମ ହୋଇଥିଲା।ସମସ୍ତ ଡିଜିଟାଲ ସେବା ସଠିକ୍ ଭାବରେ ଜନ ସାଧାରଣ ନିକଟରେ  ପହଁଚୁଛି ନାହିଁ  ସେ ବିଷୟରେ ଆଲୋଚନା କରିଥିଲେ । ତତ ସହିତ ବ୍ଲକ ପରିସରରେ ଥିବା ଆଧାରକେନ୍ଦ୍ର ବୁଲି ଦେଖିଥିଲେ ।  ବିଭିନ୍ନ ପଚାଂୟତରେ ଚାଲିଥିବା ମୋ ସେବା କେନ୍ଦ୍ର  ମାଧ୍ୟମରେ ସରକାରଙ୍କ ନୂତନ ମୋ ବ୍ୟାଙ୍କ ସେବା ଯାଚଂ କରିଥିଲେ । ବଡଗୋଠର ପଂଚାୟତ ର ମୋ ସେବା କେନ୍ଦ୍ର  ସହିତ ୫ଟି ସରକାରୀ ଜନ ଶକ୍ତି ହାଇସ୍କୁଲ ଚାହାଳିରେ ପହଁଚି ଇ ଶ୍ରେଣୀଗୃହ ବୁଲିବା ସହିତ  ବ୍ୟବହାରିକ ଶିକ୍ଷାଦାନ ସଂପର୍କରେ  ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଇ ଗଭନାସ୍ ନୟାଗଡ ଜିଲ୍ଲା ମୁଖ୍ୟ ନିହାର ରଂଜନ ନାୟକ , ବିଏସଏନ ଲ୍ ଏସଡିଓ  ସମିର ଦଳେଇ ,ବ୍ଲକ ବିଡିଓ ଶେଷଦେବ ନାୟକ , ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ନୂଆଗାଁ ବ୍ଲକ ଆଇଟି ତୁସାର କାନ୍ତ ପ୍ରାଣିଗ୍ରାହି , ପ୍ରଧାନ ଶିକ୍ଷକ ନିରଜଂନ ଦାସ ପ୍ରମୁଖ ଉପସ୍ଥିତ ଥିଲେ  । 


Post a Comment

0 Comments