ସାମାଜିକ ଯୁବ ସଂଗଠନର ଷଷ୍ଠତମ ବାର୍ଷିକ ଉତ୍ସବ

 



ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଜୟଦେଵ ମାର୍କେଟ ଛକ' ଭୁବନେଶ୍ୱର ଠାରେ ସାମାଜିକ ଯୁବ ସଂଗଠନର ଷଷ୍ଠତମ ବାର୍ଷିକ ଉତ୍ସବରେ ଅନୁଷ୍ଠିତ ହୋଇଯାଇଛି.

                     ସମାଜ ସେଵାହିଁ ମାଧବ ସେବା

ସମାଜର ମଧ୍ୟରେ ସାମାଜିକ ତା ସୃଷ୍ଟି କରିବା ବିଶିଷ୍ଟ ବ୍ୟକ୍ତି ମାନଙ୍କଦ୍ୱାରା ହୋଇ ଥାଏ. ଦୀର୍ଘ ବର୍ଷ ଧାରୀ ଗରିବ, ନିଷ୍ପେସିତ ଅସହାୟ ବ୍ୟକ୍ତି ମାନଂକର ସହାୟତା ପାଈଁ ସମାଜମଙ୍ଗଳ ହୁଣ୍ଡି ପ୍ରତେକ ବର୍ଷ ହୁଣ୍ଡୀ ମାଧ୍ୟମରେ ସାଧାରଣ ଜନତାଙ୍କ ଠାରୁ ସଂଗୃହିତ ରାଶି ଜଣେ କ୍ୟାନ୍ସର ପୀଡ଼ିତଙ୍କୁ ଦିଆଯାଇଥାଏ. ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.


ଦଶପଲ୍ଲା ବ୍ଲକ ମଧ୍ଯଖଣ୍ଡ ଗ୍ରାମ ପଞ୍ଚାୟତର ମହାନ୍ତିପଲ୍ଲୀ ଗ୍ରାମର ଅସହାୟ କର୍କଟ ପିଡ଼ିତା ବୈଦେହୀ ସେଠିଙ୍କୁ ସମାଜମଙ୍ଗଳ ହୁଣ୍ଡିକୁ ମିଳିଥିବା ୨୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସେବା ସମ୍ମାନ -୨୦୨୩ ପ୍ରଦାନ କରାଯାଇଥିଲା ।


ଇତ୍ୟବସରରେ ୪୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନୂତନ ବସ୍ତ୍ରଦାନ ଓ କମ୍ବଳ ବଣ୍ଟନ କରାଯିବା ସହ ଦୁଇ ସମୂହ ଅନ୍ନଦାନ, ଓ ସାମାଜିକ ସଚେତନ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ରିଲିଜ କରାଯାଇଥିଲା ।ତତ ପରେ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ଦଶପଲ୍ଲା ବ୍ଲକର ପ୍ରଫୁଲ୍ଲ କୁମାର ପଣ୍ଡା (ସମ୍ବାଦ), ସୁରେଶ ବେହେରା (ପ୍ରତିଦିନ), ସଂଜୀବ ସାହୁ (ଓଟିଭି), ଶ୍ରୀଧର ସାହୁ (ଦର୍ଶନ) ଓ ରଂଜନ ଦାସ (ସେଇଠୁ ଆରମ୍ଭ)।ନୂଆଗାଁ ବ୍ଲକର ଚିନ୍ମୟ କୁମାର ପ୍ରଧାନ (ପ୍ରତୀକ୍ଷା ୱେବ ମିଡ଼ିଆ ସମ୍ପାଦକ ).

ସଂଗଠନ ପ୍ରତିଷ୍ଠାତା ବାପୁଓଝାଙ୍କ ସଭାପତିତ୍ୱରେ ବିବରଣୀ ପାଠ କରିଥିଲେ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାସ। ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇଥିଲେ । ସ୍ତମ୍ବକାର ଅମୀୟ ପାଣ୍ଡବ, କଲଚର ଆଡ୍ମିଷ୍ଟେଟର ନିର୍ଦ୍ଦେଶକ ଅସିତ ମହାନ୍ତି ସମାଜସେବୀ ମନସ୍ମିତା ଜେନା, ସମାଜସେବୀ ଶ୍ରୀମତୀ ଡେଜି ଶତପଥୀ, ଯୁବ ସାମ୍ବାଦିକ କିଶନ ବରାଇ, ବରିଷ୍ଠ ଆଇନିଜୀବୀ ଚକ୍ରଧର ସିଂ, ସଂଗଠନ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ଓ ଅମର୍ଜିତ ନାୟକ, ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତି, ଅଭିନେତା ବୁଲୁ ପଣ୍ଡା ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ମାନସ ରଞ୍ଜନ ସାହୁ , ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଂଗଠନର ସମସ୍ତ ସଭ୍ୟସଭ୍ୟା ମାନେ ।

Post a Comment

0 Comments