ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ପାଈଁ ପ୍ରସ୍ତୁତି ବୈଠକ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହମଧ୍ୟରେ ଆଜି ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪  ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଆଜିର ଏହି ବୈଠକରେ ପଞ୍ଚୁପାଣ୍ଡଵ ମହୋତ୍ସବ କମିଟି ସଭାପତି ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି.ବିଗତ ବର୍ଷରେ ହୋଇଥିଲା ମହୋତ୍ସବର ଖର୍ଚ୍ଚ ବିବରଣୀ ଉପସ୍ଥାପନ ହୋଇଥିଲା.ତତ ପରେ କିଭଳି ଭାବରେ ଚଳିତ ବର୍ଷ  ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪   ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ କିଭଳି ସରସ ସୁନ୍ଦର ହେବା ସହିତ ନୂତନ ଢଙ୍ଗ ନୂତନ ରୂପରେ ଚଳିତ ବର୍ଷ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହୋଇଥିଲା. ତତ ପରେ ପ୍ରତେକ ପରିଚାଳନା କମିଟି ଗଠନ କରାଯାଇଥିଲା. ମହୋତ୍ସବର ଆକର୍ଷଣ ପତ୍ରିକା ପାଞ୍ଚାଳୀ ପାଈଁ ସମୟ ନିର୍ଦ୍ଧାରିତ ହୋଇଥିଲା. ଅଂଚଳ ଅତୀତ ଇତିହାସ, ଲୋକକଳା, ସଂଗୀତ, ସ୍ୱାଧୀନତା ସଂଗ୍ରାମୀ,ଲୋକ ସଙ୍କୃତି  କୁ ବିଭିନ୍ନ ପ୍ରବନ୍ଧ, କବିତା, ଗଳ୍ପ କୁ ଉପସ୍ଥାପନ କରାଯିବ. ସ୍କୁଲ ସ୍ତରରୁ +୩ ସମେତ ବୁଦ୍ଧିଜୀବୀ ନିଜର ନିଜସ୍ୱ ଲେଖା ଜାନୁଆରୀ ୫ତାରିଖ ମଧ୍ୟରେ ଦେବା ପାଈଁ ନିଶପତି ହୋଇଛି. ଶିକ୍ଷା ବିଭାଗରେ କାର୍ଯ୍ୟରତ ଆଞ୍ଚଳିକ ସାଧନ କେନ୍ଦ୍ରସଂଯୋଜକ ମାନଙ୍କୁ ଦାଇତ୍ୱ ଦିଆଯାଇଛି. ସାଂକୃତିକ କାର୍ଯ୍ୟକ୍ରମ ନୂତନ ଢଙ୍ଗରେ କରାଯିବା ତାପାଈଁ ପ୍ରସ୍ତାବ ଆଲୋଚନା ହୋଇଥିଲା . ବିଭିନ୍ନ ସଚେତନତା ମୂଳକ ଦଳଗତ ନୃତ୍ୟ ପ୍ରତିଯୋଗୀତା କରାଯିବ. ତତସହିତ ଲଟେରୀ କାର୍ଯ୍ୟକ୍ରମ କରାଯିବ. ଯାହାକି ବିଶେଷ ଆକର୍ଷନିୟ ଉପହାର ରଖାଯାଇଛି. ସର୍ବ ସନ୍ନମତି କ୍ରମେ ୨ ଫେବୃୟାରୀ ରୁ ୫ ଫେବୃୟାରୀ ୨୦୨୪   ପାଞ୍ଚଛୁପାଣ୍ଡବ ମହାତ୍ସବ ଓ  ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ ହେବ। 

ଆଜିର ପ୍ରସ୍ତୁତି ବୈଠକ ବୈଠକରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,ବିଡିଓ ବାସୁଦେବ ନାୟକ ,ତହସିଲଦାର ହେମନ୍ତ କୁମାର ନାୟକ ,ମହୋତ୍ସବ କମିଟି ଉପସଭାପତି ପ୍ରଫୁଲ୍ଲ ବାରିକି ,ସଂପାଦକ ଦିଲୀପ ଦଳବେହେରା ,କୋଷଧକ୍ଷ ଦେବରାଜ ଖଣ୍ଡୁଆଳ ,ସଂଯୋଜକ ରମେଶ ଚନ୍ଦ୍ର ପ୍ରଧାନ ,ସାଙ୍କୃତିକ କମିଟି ମୁଖ୍ୟ  ମଦନ ମୋହନ ପ୍ରଧାନ । ସହିତ ସମସ୍ତ ବିଭାଗର କର୍ମକାରୀ , ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ଯ ସଭ୍ୟା ଉପସ୍ଥିତ ସହିତ ମହୋତ୍ସବ କମିଟିତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । 

Post a Comment

0 Comments