ନିରାଶ୍ରୟଂକୁ ସହାୟତା ପ୍ରଦାନ କଲା ପବନପୁତ୍ର ସେବା ସମିତି

 


ନୟାଗଡ଼ ଜିଲ୍ଲା ଦଶପଲ୍ଲା ପବନପୁତ୍ର ସେବା ସମିତି ପକ୍ଷରୁ ୧୬ତାରିଖ ମଧ୍ଯ ରାତ୍ରରେ ଖୋଲା ଆକାଶ ତଳେ ଆଶ୍ରୟ ନେଉଥିବା ଅସହାୟ ଲୋକଙ୍କ ପାଖରେ ପହଞ୍ଚି କମଳ ପ୍ରଦାନ କରାଯାଇଛି। ସଂଜୟ କୁମାର ଉତ୍ତରକବାଟ, ମାନସ କୁମାର ଖଟେଇ, ନିହାର ରଂଜନ ପଣ୍ଡାଙ୍କ ସମେତ ସେବା ସମିତିର ବହୁ ସଦସ୍ଯ ଉପସ୍ଥିତ ଥିଲେ। ସମିତିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସହରରେ ରାତ୍ରୀ ଆଶ୍ରୟସ୍ଥଳୀ ନ ଥିବାରୁ ବିଭିନ୍ନ ସମୟରେ ଅସହାୟ ମାନେ ରାସ୍ତା କଡରେ ଆଶ୍ରୟ ନେଉ ଥିବାର ଦେଖା ଦେଇଛି |

Post a Comment

0 Comments