ନୟାଗଡ଼ ଜିଲ୍ଲା( ଦଶପଲ୍ଲା) ନୟାଗଡ଼ ଜିଲ୍ଲା,ଦଶପଲ୍ଲା ପଶ୍ଚିମାଞ୍ଚଳ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ , ମଣିନାଗ ବହୁମୂଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉଦ୍ଘାଟନ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଆଜି ଅନୁଷ୍ଠାନିକ ଭାବରେ ମାନ୍ୟବର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଏହି କାର୍ଯ୍ୟକ୍ରମର ଶୁଭ ଅୟମାରମ୍ଭ କରିଛନ୍ତି । ମାନ୍ୟବର ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରି ପଦକ୍ଷେପ ସ୍ବରୁପ ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ, ଅନ୍ତର୍ନିହତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରୁଛନ୍ତି । ସୁସ୍ଥ ଶରୀର ସୁସ୍ଥ ମନ ପାଇଁ କ୍ରୀଡା ନିହାତି ଆବଶ୍ୟକ ଯାହାକି ପାଠ ପଢିବାରେ ଆଗ୍ରହ ସୃଷ୍ଟି କରିଥାଏ ।
ମଣିନାଗ ବହୁମୂଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରାଧାମୋହନ କର୍ମୀ ଅତିଥି ପରିଚୟ ପ୍ରଦାନ କରିବା ପରେ , ପ୍ରଥମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମାନ୍ୟବର ବିଧାୟକ ଓ ମଂଚାସିନ ସମସ୍ତ ଅତିଥୁ ମାନଙ୍କୁ ଫୁଲ ତୋଡା ଦେଇ ସ୍ଵାଗତ କରିବା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ , ସମ୍ମାନିତ ଅତିଥି ଭାବରେ ଦିଲ୍ଲୀପ କୁମାର ପଣ୍ଡା, ନୟାଗଡ଼ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା , ଜାନକୀ ଦେହୁରୀ,୧୦ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଭାମା ନାୟକ,ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ,ଯୋଗ ଦେଇଥିଲେ । ବିଶେଷ ଅତିଥି ଶ୍ରୀ ପଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶୈଖିକ ବାତାବରଣ ଓ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ଯା ସତ୍ୟଭାମା ନାୟକ, ଏହି କାର୍ଯ୍ୟକ୍ରମ ର କଳ୍ପନା ଓ ସଫଳ ରୁପାୟନ ପାଇଁ ମୂଖ୍ୟମନ୍ତ୍ରୀ କୁଂ ଧନ୍ୟବାଦ ଦେବା ସହିତ,ଦେଶ ଓ ଦଶର ଉନ୍ନତି କାମନା କରିଥିଲେ । ଏହାପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ , ଏହି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହୋଇଥିବା
0 Comments