ଡାକ ସେବକ ଆନ୍ଦୋଳନ



ନୟାଗଡ (ନୂଆଗାଁ)  ସାରା ରାଜ୍ୟରେ ଗ୍ରାମୀଣ ଡାକ ସେବକ ମାନେ ଆଜି ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି। ଏ ନେଇ ଆଜି ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ନୂଆଗାଁ ଉପ ଡାକଘର ପରିସରରେ ଗ୍ରାମୀଣ ଡାକ ସେବକ ମାନେ ୫ଟି ଦାବୀ ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା ଦେଇଛନ୍ତି। ଦାବୀ ଗୁଡିକ ହେଲା ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯାଉ, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋଉନ୍ନତି ଦେବା ସୁପାରିଶ କୁ ଶୀଘ୍ର ଲାଗୁ କରାଯାଉ, ସମସ୍ତ ଗ୍ରାମୀଣ ଡାକ ସେବକ ଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯାଉ, ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲାଉନ୍ସ ପ୍ରଦାନ କରାଯାଉ, ଟାର୍ଗେଟ ନାରେ ଅଧିକାରୀ ମାନଙ୍କ ଜୁଲୁମ୍ ବନ୍ଦ ହେଉ ଆଦି ପ୍ରମୁଖ ଦାବୀ ନେଇ ଧାରଣାରେ ବସିଥିଲ

Post a Comment

0 Comments