ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୂର୍ଗାବଜାର ସନ୍ନିକଟରେ ଅବସ୍ଥିତ ମା ସୁଲୁକୁଟି ଦେବୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଶନିବାର ଦିନ ଉଦଯାପିତ ହୋଇଛି। ଏହି ଉପଲକ୍ଷେ କଳଶ ଶୋଭାଯାତ୍ରା, ଅଧିବାସ, ଅଙ୍କୁରାପଣ, ସନ୍ଧ୍ଯା ଆଳତି, ପ୍ରବଚନ, ମହାଯଜ୍ଞ, ପ୍ରସାଦ ସେବନ ଆଦି ବହୁବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ
ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାବେଶ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏଥିସହିତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ସହଯୋଗ କରିଥିଲେ।
0 Comments