ବିଜୁ ଯୁବ ଭବନ କବାଟ ତାଡି ଏସି ଚୋରୀ


 

ନୟାଗଡ ଜିଲ୍ଲା  ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଯୁବ ଭବନ ରେ ଚୋରୀ । ସୂଚନା ମୁତାବକ  ଗତକାଲି ରାତିରେ ଦୃବୃତ ମାନେ ବିଜୁ ଯୁବ ଭବନର  କାଠର କବାଟକୁ ଧାରୁଆ ଅସ୍ତ୍ରରେ  କବାଟ ତାଡି   ଭାଙ୍ଗି ଥିବାର ଦେଖିବାକୁ ମିଳିଛି ।ତତ ସହିତ ସେହି ଭବନ ମଧ୍ୟରେ ଥିବା ଏସି କୁ ତାଡି ନେଇଯାଇଛନ୍ତି । ଆଜି ସକାଳୁ ସକାଳୁ ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ । ତତ ପରେ ନୂଆଗାଁ ଥାନାରେ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚୋରକୁ ଧରିବା ପାଇଁ ସନ୍ଧାନୀ କୁକୁର ଅଣାଯାଇଥିଲା । ନୂଆଗାଁ ପୋଲିସ ଘଟଣାର ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି । ଖବର ସଂଗ୍ରହ ପର୍ଯ୍ୟନ୍ତ ଦୃବୃତ ମାନଙ୍କର ସନ୍ଧାନ ମିଳିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।


Post a Comment

0 Comments