ସାଇବର ଅପରାଧ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ଆରମ୍ଭ କରିଛି। ଏହି ଅବସରରେ ଆଜି ନୂଆଗାଁ ବ୍ଲକ ଡିମିରିଝରି ଆଂଚଳିକ ହାଇସ୍କୁଲ, ମହିପୁର ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ନୂଆଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଠାରେ ଏହି ରଥକୁ ଛାତ୍ରଛାତ୍ରୀମାନେ ସ୍ବାଗତ ଜଣାଇଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କୁ ଅଧିକ ମାତ୍ରାରେ ସଚେତନତା କରାଇବା ଦିଗରେ ସାଇବର ସଂକ୍ରାନ୍ତୀୟ କୁଇଜ ଏବଂ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ସନ୍ଧ୍ୟା ସମୟରେ ମହିପୁର ଛକ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଅପରାଧି ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ମୋବାଇଲ, କମ୍ପ୍ୟୁଟର, ଲାପଟପ ଆଦି ବ୍ୟବହାର କରୁଥିବା ସମୟରେ ଅଧିକ ସଚେତନ ରହିବା, କୌଣସି ଅଜଣା କଲରେ ଆର୍ଥିକ କାରବାର ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ ନକରିବା, ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ଆକାଉଣଟ ନମ୍ବର, ଓଟିପି ନମ୍ବର, କ୍ରେଡିଟ କାର୍ଡ, କୌଣସି ପାସଫ୍ବାର୍ଡ ସଂପର୍କରେ ତଥ୍ୟ ନ ଦେବାକୁ ସଚେତନ କରାଯାଇଛି। ଜନସାଧାରଣଙ୍କୁ ସାଇବର ଅପରାଧ ସଂପର୍କରେ ସଚେତନ କରାଇବା ଲକ୍ଷ୍ୟରେ ସରକାରଙ୍କ ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ପ୍ରମୁଖ ଅଂଚଳରେ ସଚେତନତା ବାର୍ତା ପ୍ରଚାର କରିବ। ଆଜିର କାର୍ଯ୍ୟକ୍ରମରେ ଏସଡିପିଓ ସ୍ନେହାଶିଷ ସାହୁ, ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା, ଏସଆଇ ପୁରୁଷୋତମ ପ୍ରଧାନ, ଏଏସଆଇ ମନୋରଞ୍ଜନ ଦେହୁରୀ, ସ୍ଥାନୀୟ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ
0 Comments