ଗୈାଡ ଥୁଆବାରୀ ଓ କୁଶିବିଡ଼ା ଗ୍ରାମରେ ସହୀଦ୍ ଦିବସ ପାଳିତ

 

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ଗ୍ରାମର ପ୍ରବାଦ ପୁରୁଷ ଶହିଦ୍ କଣ୍ଡୁରି ପରିଡା
,ବୁଦ୍ଧିପରିଡା ,ଦୟା ବେହେରା ଓ କଷ୍ଟି ଡାକୁଆଙ୍କ ଜନ୍ମ ସ୍ଥାନ ,ସ୍ୱାଧୀନତା ସଂଗ୍ରାମୀ
ମାନଙ୍କର ଏନ୍ତୁଡିି ଶାଳ ସାଜିଥିବା ପୂଣ୍ୟପିଠ ଗୈାଡ ଥୁଆବାରି ଗ୍ରାମବାସୀଙ୍କ
ଆନୂକୁଲ୍ୟରେି ୮୨ ତମ ପ୍ରଜା ମଣ୍ଡଳ ଶହିଦ୍ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି
ଶ୍ରାଦ୍ଧ ଦିବସରେ ଗୈାଡ ଥୁଆବାରୀରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ସୃତି
ସ୍ତମ୍ଭ ଠାରେ ପତକା ଉତୋଳନ ସହ ତିଳ ତର୍ପଣ କରାଯାଇ ଶହିଦ୍ ମାନଙ୍କ ସ୍ମୃତି ସମ୍ଭରେ ପୁଷ୍ମମାଲ୍ୟ
ଅର୍ପଣ କରି ଶହିଦ୍ ମାନଙ୍କ ଚାରଣ କରିଥିଲେ ।

ସେହିପରି ଜାକେଡା ପଚାଂୟତର
କୁଶିବିଡା ଗ୍ରାମରେ ପ୍ରବାଦ୍ ପୁରୂଷ ଶହିଦ୍ କଷ୍ଟି ଡାକୁଆଙ୍କ ଜନ୍ମ ସ୍ଥାନରେ ୮୨ତମ
ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଅନୂଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଦଶପଲ୍ଲା ବିଧାୟକ
ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା , ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା,
ଜାକେଡା ସରପଚଂ ସୁମିତ୍ରା ଯାନୀ ,ଜିଲ୍ଲା ଉପସଭାପତି ଦିଲ୍ିପ କୁମାର ଦଳ ବେହେରା,
ଆତ୍ମ ଅଧ୍ୟକ୍ଷ ସଂଜୟ କୁମାର ସାହୁ .ସମାଜ ସେବୀ ଶଙ୍କର୍ଷଣ ବେହେରା ,ପାରାଠିପି ସରପଚଂ
ବିଭୁତି ଭୂଷଣ ପ୍ରଧାନ, ଜିଲ୍ଲା ବିଜେଡି ସଂପାଦକ ଗୋଲକ ଗୋଛାୟତ ବ୍ଲକ ବିଜେଡି
ସଭାପତି ସନାତନ ସାମଲ ନୂଆଗାଁ ସରପଚଂ ପ୍ରତିନିଧୀ ପଦ୍ମ ଲୋଚନ ପରିଡା ପ୍ରମୂଖ
ମଚାଂସିନ ରହି ବୀର ଶହିଦ୍ କଷ୍ଟି ଡାକୁଆଙ୍କ ସ୍ମତି ଚାରଣ କରିଥିଲେ ।ଏହା ସହିତ
ବିଭିନ୍ନ ପଚାଂୟତର ସରପଚଂ ସମିତି ସଭ୍ୟ /ସଭ୍ୟା ଯେ୍ାଗ ଦେଇଥିଲୋ ଜାକେଡା ପଚଂୟତରେ
ସମିତି ସଭ୍ୟ ଭାବେ ଦୁଇଥର ନିର୍ବାଚିତ ହୋଇଥିବା ବିଜୟ କୁମାର ଶାସମଲଙ୍କ ମୃତ ପାଇଁ ଏକ
ମିନିଟ ନିରବ ପ୍ରର୍ଥନା କରାଯାଇଥିଲା ।


Post a Comment

0 Comments