ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ଗ୍ରାମରେ ଥିବା ଓଡିଶା ଜନମାନସ ଦାସିଆ ଅଜାଙ୍କ ଶ୍ରାଦ୍ଧଦିବସ ସେପ୍ଟମ୍ବର ୧୨ ତାରିଖରେ ହେବାକୁ ଯାଉଛି । ସୂଚନା ମୁତବକ ଓଡିଶାର ବର ପୁତ୍ର ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ବିଶିଷ୍ଟ ସାରସ୍ଵତ ସାଧକ ଦାସିଆ ଅଜା ହେଉଛନ୍ତି ନୟାଗଡ ଜିଲ୍ଲା ଓ ରାଜ୍ୟର ଗର୍ବ ଓ ଗୌରବ ଅଟନ୍ତି । ଦାସିଆ ଅଜାଙ୍କ ଅସାଧାରଣ ସାଧନା ଆଦର୍ଶ ଓ ଜୀବନ କାହାଣୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାରା ଅଟେ । ପ୍ରତିବର୍ଷ ସେପ୍ଟେମ୍ବର ୧୨ ତାରିଖ ଦିନ ଦାସିଆ ଅଜାଙ୍କ ଶ୍ରାଦ୍ଧଦିବସ ପଡୁଛି । ଏହି ଦିବସରେ ଦାସିଆ ଅଯାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଆମ ସମସ୍ତଙ୍କ ପରମ କର୍ତବ୍ୟ । ଦାସିଆ ଅଜାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପାଇଁ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ସ୍ଥାନୀୟ ଉଦୟପୁର ନୂଆଗାଁ ,କୋରଡା ,ମାଈଛେଳି ,ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ /ଶିକ୍ଷୟିତ୍ରିମାନେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ତ୍ତ୍ବାବଧାନରେ ଦାସିଆ ଅଜାଙ୍କ ପୀଠରେ ପ୍ରତିବର୍ଷ ଉକ୍ତ ଦିବସରେ ଅପ୍ରହନ୍ନରେ ଅନୁଷ୍ଠିତ ହେଉଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଦାସିଆ ଅଯାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ନିମନ୍ତେ ମଣ୍ଡଳ ଶିକ୍ଷା ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ । ସେହିପରି ପ୍ରତିବର୍ଷ ଉଦୟପୁର ଗ୍ରାମ ପଂଚାୟତ ମଧ୍ୟରେ ଥିବା ସମସ୍ତ ସ୍ଵୟଂସହାୟିକା ଗୋଷ୍ଠୀ ପକ୍ଷରୁ ଦାସିଆ ଅଯାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପାଇଁ ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଜୀବିକା ମିଶନଙ୍କ ତତ୍ବାବଧାନରେ ସମସ୍ତ ସ୍ଵୟଂସହାୟିକା ଗୋଷ୍ଠୀର ସଭାନେତ୍ରୀମାନେ ଦାସିଆ ଅଜାଙ୍କ ସାଧନା ପୀଠରେ ଅପରହନ୍ନ୍ରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟ କ୍ରମରେ ଉପସ୍ଥିତ ରହିବେ । ଏହି ଦିନ ଦାସିଆ ଅଜାଙ୍କ ଅମ୍ଳାନ କୀର୍ତି ସମ୍ପର୍କେ ବିଦ୍ୟାଳୟ ,ଉଚ୍ଚବିଦ୍ୟାଳୟ ,ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରିବା ନିଆନ୍ତେ ଏକ ସୃତିଚାରଣ ଶ୍ରଦ୍ଧାଞ୍ଜଳୀ ଆଲୋଚନା ଚକ୍ର କାର୍ଯ୍ୟ କ୍ରମ ଆୟୋଜନ ପାଇଁ ବିହିତ ପଦକ୍ଷପ ଗ୍ରହଣ କରାଯିବ । ଏହା ଛାତ୍ର ଛାତ୍ରୀଙ୍କମାନଙ୍କ ପାଇଁ ପ୍ରେରଣାର ହେବ । ଯାହାକି ଦାସିଆ ଅଜାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ।
ଏ ସମସ୍ତ ସୂଚନା ନୟାଗଡ ଜିଲ୍ଲା ପାଳ ପାତ୍ର (ନ॰ ୨୮,ତା ୦୬/୦୯/୨୦୨୩ ) ମାଧ୍ୟମରେ ନୂଆଗାଁ ମଣ୍ଡଲ ଉନୟନ ଅଧିକାରୀ ପଂଚାୟତସମିତି,ମଣ୍ଡଲ ଶିକ୍ଷା ଅଧିକାରୀ ,ନୂଆଗାଁ ,ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଓଡିଶା ଜୀବିକା ମିଶନ ,ନୂଆଗାଁ ଙ୍କୁ ଜଣାଇ ଅଛନ୍ତି ।
0 Comments