ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ଭଲି ବଲ ପ୍ରତିଯୋଗିତା ମହିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ସମ୍ପାଦକ ଭିକାରୀ ଚରଣ ସାହୁ ସୁଚନା ପ୍ରଦାନ କରିଥିବା ବେଳେ ସଂଯୋଜକ ପ୍ରସାନ୍ତ କୁମାର ପ୍ରଧାନ ଖେଳ ସମ୍ଭର୍ଧୀୟ ନିୟମବଳି ବିଷୟରେ ଆଲୋଚନା କରିଥିଲେ । ମହିପୁର ଉଚ୍ଚ ବିଦ୍ୟାଳୟର ସହଶିକ୍ଷୟତ୍ରି ଯୋଜନାଗନ୍ଧା ଖିଲାର ଖେଳକୁ ଉଦ୍ଘାଟନ କରିଥିଲେ।
ବିରଞ୍ଚି ନାରାୟଣ ବେହେରା ,କୃଷ୍ଣଚନ୍ଦ୍ର ମହାପାତ୍ର , ଅକ୍ଷୟ କୁମାର ଦାସ , ପରମାନନ୍ଦ ପରିଡ଼ା , ପ୍ରତାବକେଶରୀ ମହନ୍ତ, ସୁରଥ ସ୍ୱାଇଁ,ଉତ୍କଳ କେଶରୀ ସାହୁ ,ଖେଳକୁ ପରିଚାଳନା କରିଥିଲେ ।ନୂଆଗାଁ ବ୍ଲକ୍ ର ୧୪ ଟି ହାଇ ସ୍କୁଲ୍ ର ୬୫ ଜଣ କ୍ରୀଡ଼ାବିତି ଅଂଶଗ୍ରହଣ କରିଥିଲେ ମହିପୁର ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଆସନ୍ତାକାଲି ଏନଏସଏସଏମପି ହାଇ ସ୍କୁଲ୍ ନବଘନପୁର ଠାରେ ଜିଲ୍ଲା ସ୍ତରୀୟ ଭଲି ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
0 Comments