ନୂଆଗାଁ ରେ କଂଗ୍ରେସ କମିଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

 



ନୟାଗଡ ଜିଲ୍ଲା (ନୂଆଗାଁ )ଆଜି ସନ୍ଧ୍ୟା ସମୟରେ ନୂଆଗାଁ ବ୍ଲକ ଡାକବଙ୍ଗଳା ଠାରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ତଳୀ କଂଗ୍ରେସ କମିଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ନୟାଗଡ ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ସରୋଜ କୁମାର ପରିଡାଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ନାରାୟଣ ସାହୁ, ଦଶପଲ୍ଲା ବ୍ଲକ ସଭାପତି ବୁଲୁ ପରିଡା, ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ, ଦଶପଲ୍ଲା ଟାଉନ ସଭାପତି ବିନୋଦ ବିହାରୀ ମିଶ୍ର, ସୁକାନ୍ତ ଶତପଥି, ଲଡୁ କିଶୋର ଷଡଙ୍ଗୀ, ଧୀରେନ ଦାଶ, ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

0 Comments