ପ୍ରାଥମିକ ଶିକ୍ଷକ ସଂଘ ନୂଆଗାଁ ବ୍ଳକ୍ ତରଫରୁ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

 


ନୟାଗଡ଼ ଜିଲ୍ଲା(ନୂଆଗାଁ )ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନୂଆଗାଁ ବ୍ଳକ୍ ତରଫରୁ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି | ଉକ୍ତ ଆନ୍ଦୋଳନ ଯୋଗୁଁ ନୂଆଗାଁ ବ୍ଳକର ୧୩୫ ଗୋଟି ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ବ୍ୟାଘାତ ସୃଷ୍ଟି ହେବ | ଉକ୍ତ ଆନ୍ଦୋଳନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାରା ରାଜ୍ୟର ୩୧୪ ବ୍ଳକରେ ଚାଲିଅଛି |

୧- କନିଷ୍ଠ ଶିକ୍ଷକଙ୍କୁ ୬ ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ନିୟମିତ କରିବା,କ୍ରୀଡା କଳା ଶିକ୍ଷକ ଓ ଏକ୍ସ କ୍ୟାଡର୍ ଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା

୨- ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା |

୩ -ନୂତନ ପେନ୍‌ସନ ଉଚ୍ଛେଦ କରି ପୁରାତନ ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା |

ଉକ୍ତ ଦାବି ପୁରଣ ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଚାଲିବ |

Post a Comment

0 Comments