ନୂଆଗାଁ ବ୍ଲକ ପରିସରରେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ଖାଦ୍ୟର ପ୍ରତିଯୋଗିତା

 


ନୟାଗଡ଼ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ୨୦୨୩ ଉପଲକ୍ଷେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନୟାଗଡ଼ ସହଯୋଗରେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ମୁଖ୍ୟ କୃଷି ଅଧିକାରୀ ଙ୍କ ସହଯୋଗୀରେ ସ୍ଵେଚ୍ଛାସେବୀ  ଅନୁଷ୍ଠାନ ହାମସ୍ ନୂଆଗାଁ ଙ୍କ ସହଯୋଗରେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର  ସଦସ୍ୟା ଓ ତିନିଗୋଟି ଅଙ୍ଗନାୱାଡ଼ି ସେଣ୍ଟର ର ଅଙ୍ଗନାୱାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।


ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର , ସିଡ଼ିପିଓ ସୁଭ୍ରକେଶି ମଲ୍ଲିକ ,କୃଷି ଅଧିକାରୀ ବିରେନ୍ଦ୍ର କୁମାର ମହାନ୍ତି,କୁମୁନ୍ଦିନି ଦେଇ, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡ଼ା,ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।ସମସ୍ତ ଅତିଥି ମାନେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ଖାଦ୍ୟର ମାନ ଓ ଗୁଣାତ୍ମକର ପରୀକ୍ଷା କରି ମୂଲ୍ୟାୟନ କରିଥିଲେ ।

୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୯ ଜଣ ପ୍ରତିଯୋଗୀଙ୍କୁ ଆସନ୍ତା ୮/୯/୨୩ ପାଇଁ ଚୟନ କରାଗଲା । ୧୫ ଜଣ ପ୍ରତିଯୋଗୀ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଯଥା ଚନ୍ଦ୍ର କାନ୍ତି
,ପୋଡପିଠା ,ବର୍ଫି ,ଇଡ୍ଲୀ,ବରା ,କାକରା ,ଆରିସା ,ଦହି ବୁନ୍ଦି ,ମଣ୍ଡାପିଠା ,କ୍ଷୀରୀ,ଉପମା ,ଗୁଳୁଗୁଲା , ପକୋଡା,ଚକୁଳି ,ଗଇଣ୍ଠାପିଠା,ଲଡୁ ,ସୁଁଆ କ୍ଷୀରୀ ଇତ୍ୟାଦି ଉପସ୍ଥାପନ କରିଥିଲେ । ଯାହାକୁକ୍କି ସର୍ବସାଧାରଣରେ ବଣ୍ଟନ କରଯାଇଥିଲା । ବିଚାରକ ମଣ୍ଡଳୀ ସମସ୍ତ ବ୍ୟଞ୍ଜନ ଖାଇସାରିବା ପରେ ଖୁସି ହୋଇଯାଇଥିଲେ । ପ୍ରକଳ୍ପ ସଂଯୋଜକ ମିଲ୍ଟନ ମିସନ ସୁନିତା ଦାସ ୨୦୨୩ ଆନ୍ତର୍ଜାତୀୟ ମିଲ୍ଟନ ମିଶନ କାର୍ଯ୍ୟଉପରେ ସାମୟିକ ଧାରଣା ଦେଇଥିଲେ । ନୂଆଗାଁ ବ୍ଲକ ର ସମସ୍ତ ବ୍ଲକ କର୍ମଚାରୀ ଆଜିର ଏହି ପ୍ରତିଯୋଗିତାରେ ଉପସ୍ଥିତ ନେଇଥିଲେ   

ସମୁଦାୟ ୩୨ ପ୍ରକାର ଖାଦ୍ଯ ସାମଗ୍ରୀ ପରିବେଷଣ କରଯାଇଥିଲା । ସମସ୍ତ କାର୍ଯ୍ୟ କ୍ରମ କୁ ହାମ୍ସ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ଧନ୍ଯବାଦ ଦେଇଥିଲେ

Post a Comment

0 Comments