ଓଡ଼ିଆ ଭାଷା- ସାହିତ୍ୟ ପ୍ରତି ଛାତ୍ର ଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ପ୍ରୟାସ



ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମନରେଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ତଥା ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ସମ୍ମିଳନୀର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।ଏହି ବୈଠକରେ ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ମହମ୍ମଦ ଓମାର ମଲ୍ଲିକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ,ଗୋକୁଳ କୁମାର ଷଡଙ୍ଗୀ,ପ୍ରତାପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଇବା, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଯାଇ ଶୁଦ୍ଧ ଓଡ଼ିଆ ଲେଖିବା, ଢଗଢମାଳି ଗାଇବା, ଓଡ଼ିଆରେ ଚିଠି ଲେଖିବା ଆଦି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ପାଇଁ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟସ୍ତରରେ "ନୂଆ ସ୍ୱର ନିଆରା କଥା" ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କୁ କବିତା, ଗଳ୍ପ, ପ୍ରବନ୍ଧ ଲେଖିବା ତଥା ବିଭିନ୍ନ ଉପାଦେୟ ଓଡ଼ିଆ ବହି ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା।

      ଏହି ଅବସରରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସଭାପତି ଭାବେ ବସିରନ୍ ବିବି, ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସଂଗଠନ ସଂପାଦକ ଗୋପୀନାଥ ସେଠୀ, ଉପସଭାପତି ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର ତଥା ଶ୍ରୀଧର ସାହୁ,ଯୁଗ୍ମ ସଂପାଦକ ସୌଦାମିନୀ ସ୍ୱାଇଁ, କୋଷାଧ୍ୟକ୍ଷ ମମତା ମଂଜରୀ ଦେଇ, ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ସୁଦର୍ଶନ ପ୍ରଧାନ ଦାୟିତ୍ଵ ଗ୍ରହଣ କରିବା ସହ ଅରୁଣ କୁମାର ମହାନ୍ତି, ମହମ୍ମଦ ଓମାର ମଲ୍ଲିକ,ହରପ୍ରିୟା ଦ୍ୱିବେଦୀ,ରୀତାରାଣୀ ମିଶ୍ର, ପ୍ରଫୁଲ୍ଲ ନାୟକ, ପ୍ରଦୀପ ସାହୁ,ନିରଂଜନ ନାୟକ,ସଂଜୟ କୁମାର ସୁବୁଦ୍ଧି ପ୍ରମୁଖ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ।

Post a Comment

0 Comments