ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଦୁଇ ଦିନଧରୀ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ଖାଦ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଦିତୀୟ ଦିବସରେ ୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ମଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା । ମିଶ୍ଚର ,ଲଡୁ ,ରସାବଳୀ ,ମିସ୍କଭେଜ,ମୋମୋ ,ପଲାଉ ,ସୁପ ,କ୍ଷୀରୀ ,ମୁଆଁ ,ପକୋଡା ,ସେଓ ,ପୋଡପିଠା ,ରସଗୋଲା ,ମଣ୍ଡିଆ ଚପ ,ମଣ୍ଡିଆ ହାଲୁଆ,ପିଆଜି ,ପକଡି,ଚିତଉ,କଦମ୍ବା,ଦାନ୍ତିକିଲି ,ସୁପ,ପାତ୍ର ପିଠା,ଆରିସା,ଖାଦ୍ୟକୁ ବିଚାରକ ମଣ୍ଡଳୀ ଖାଦ୍ଯର ମାନ ଓ ଗୁଣାତ୍ମକ ପରିଷ୍କାର ପରିଚ୍ଛନତା ମାନ ପରୀକ୍ଷା କରଯାଇଥିଲା ।
ଶେଷରେ ମା ସମଲେଶ୍ବରୀ ସ୍ଵୟଂ ସାହାୟକ ଗୋଷ୍ଠୀ ନୂଆଗାଁ କୁ ପ୍ରଥମ ,ଲୀଳାବତୀ ପାତ୍ର ଅଗଙ୍ଗନାବାଦୀ କର୍ମୀ ମହିତମା ୨ୟ ଓ ଶିବାନୀ ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ଶିକ୍ରୀଡା ତୃତୀୟ ପୁରସ୍କାର ଦିଆ ଯାଇଥିଲା । ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟ। ଳୟରୁ ଆସିଥିବା ଅଧିକାରିଣୀ ସ୍ବାଗତିକା ପତି ,ଜିଲ୍ଲା କୋଷଧକ୍ଷ ଓଡିଶା ମିଲ୍ଟନ ମିଶନ ନୟାଗଡ ରାଜୀବ କୁମାର ସାହୁ ,ବ୍ଲକ କୃଷି ଅଧିକାରିଣୀ କୁମୁଦିନୀ ଦେଇ ,ଓଡିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡା , ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପ୍ରମାଣ ପାତ୍ର ସହିତ ପୁରସ୍କାର ଦିଆଯାଇଥିଲା ।
ସମସ୍ତ କାର୍ଯ୍ୟ କ୍ରମ କୁ ହାମ୍ସ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ଧନ୍ଯବାଦ ଦେଇଥିଲେ ।ମିଲ୍ଟନ ମିଶନ ବ୍ଲକ ସଂଯୋଜିକା ସୁନିତା ଦାସ ଗୁପତା ଉକ୍ତ କାର୍ଯ୍ୟ କ୍ରମକୁ ସଂଚାଳନ କରିଥିଲେ ।
0 Comments