ଆଛୁପଡା ଗ୍ରାମରେ ୩ ଦିନ ଧରି ଛତୁମଞ୍ଜି ତାଲିମ ଶିବିର ଅନୁଷ୍ଠିତ


 ନୂଆଗାଁ ବ୍ଲକ କୋରଡା ପଂଚାୟତ ଅନ୍ତର୍ଗତ  ଆଛୁପଡା ଗ୍ରାମରେ ୩ ଦିନଧରୀ ଚାଲିଥିବା ଛତୁମଞ୍ଜି ପ୍ରସ୍ତୁତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ,ନୂଆଗାଁ ବ୍ଲକ ଆନୁକୁଲ୍ଯରେ ଏହି ଶିବିରଅନୁଷ୍ଠିତ ହୋଇଯାଇଛି । କୋରଡା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ,ମା ବ୍ରାହ୍ମଣୀ ଦେବୀ ଦିତୀୟ ସ୍ଵୟଂ ସହାୟକ ଗୋଷ୍ଠୀ ଆଜି ଶିବିରକୁ ଆୟୋଜନ କରିଥିଲା ।

ସୌଭାଗ୍ୟ ଅନ୍ତ୍ର୍ପ୍ରାଇଜେସ ଭୁବନେଶ୍ଵର ମାଧ୍ୟମରେ ସ୍ଵୟଂସହାୟକ ଗୋଷ୍ଠୀର ମହିଳା ମାନେ ଛତୁମଞ୍ଜି ଉତ୍ପାଦନ କରି କିଭଳି ସ୍ଵବଲମ୍ବି ହୋଇପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ସେଥିନିମିତ ଛତୁମଞ୍ଜି ଉତ୍ପାଦନ କିଭଳି କରାଯିବ ପ୍ରଶିକ୍ଷଣ ଦିଆଯାଇଥିଲା । ଛତୁମଞ୍ଜି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ସମସ୍ତ ଜନ୍ତ୍ରପାତି ବ୍ୟବହାର କରାଯାଉଛି  ।

ସେ ସମସ୍ତ ଜନ୍ତ୍ରମାଧ୍ୟମରେ ଉତ୍ପାଦନ  କିପରି କରାଯିବ ଡେମୋଦିଆଯାଇଥିଲା । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ନିଜେ ଛତୁମଞ୍ଜି ଉତ୍ପାଦନ ପ୍ରକ୍ରିୟା ଶିଖିବା ସହିତ ଛତୁମଞ୍ଜି ଉତ୍ପାଦନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରରେ ନୂଆଗାଁ ବ୍ଲକ ବିପିଏମ ସସ୍ମିତା ପରିଡା ,ପିଟିସି ସେଖ ଇସରଫ ,ବିଏଲସି ଆଶୁତୋଷ ନାୟକ ,ପିଟିସି ସୁଜାତା  ମହାନ୍ତି ,ପିଟିସି ପ୍ରିୟଙ୍କା ପଟନାୟକ ,ବିଏଲସି ଚିତରଞ୍ଜନ ଶେଠୀ ପ୍ରମୁଖ ଉପସ୍ଥିତ ଥିଲେ । 

Post a Comment

0 Comments