ବ୍ଳକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଉଦ୍‌ ଘାଟିତ

 





      ନୂଆଗାଁ ବ୍ଳକ୍ ଅନ୍ତର୍ଗତ ସଂପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଦଶପଲ୍ଲା ର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି | ଉକ୍ତ ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀମତୀ ଲକ୍ଷ୍ମିପ୍ରିୟା ବେହେରା (ଅଧ୍ୟକ୍ଷ ନୂଆଗାଁ ବ୍ଳକ୍) ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ (ବିଇଓ ନୂଆଗାଁ ବ୍ଳକ୍ ) ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀ (ଅଧ୍ୟକ୍ଷ ଡିଆଇଟି ରାଜସୁନାଖଳା, ) ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମିଶ୍ର (ବରିଷ୍ଠ ପ୍ରଶିକ୍ଷକ ) ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ବେହେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ,ସଂପଡ଼ା ଶ୍ରୀଯୁକ୍ତ ଭୀମସେନ ସାହୁ (ପ୍ରଧାନ ଶିକ୍ଷକ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା) ଶ୍ରୀଯୁକ୍ତ ଫୁଲୋଚନ କହଁର ପ୍ରଧାନ ଶିକ୍ଷକ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡା ) ନୂଆଗାଁ ବ୍ଳକର ସମସ୍ତ CRCC, ସଂପଡ଼ା କୃଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |


ଇତ୍ୟବସରରେ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପରିସରରେ ଏକ ଗୁରୁ ପୂଜନ ପର୍ବ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ କୁ CRCC  କୈଳାସ ଚନ୍ଦ୍ର ନାଏକ ସଂଯୋଜନା କରିଥିଲେ |




ସର୍ବୋତ୍ତମ ଶିକ୍ଷାର୍ଥୀ ରୂପେ ସୀମାରାଣୀ ପ୍ରଧାନ ( ସରକାରୀ ଭପ୍ରା ବିଦ୍ୟାଳୟ ପାରାଢି ପି ) କଳ୍ପନା ବେହେରା ଓ ଶୁଭଭଲକ୍ଷ୍ମୀ ବେହେରା  (ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା) ଅନନ୍ୟ ପ୍ରତିଭା ଜଗବନ୍ଧୁ ସାମନ୍ତରା (ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ) ସର୍ବୋତ୍ତମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ସାହୁ(ଚିନ୍ତାମଣି ବିଦ୍ୟାପୀଠ ) ସର୍ବୋତ୍ତମ ଶିକ୍ଷକ ସମ୍ମାନ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା (ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବା ଲଣ୍ଡା ଏବଂ ସଂପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସର୍ବୋତ୍ତମ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଥିଲା |




Post a Comment

0 Comments