କୋରଡା ଅଙ୍ଗନବାଦୀ କେନ୍ଦ୍ରରେ ମଧ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ଦିବସ ଅନୁଷ୍ଠିତ

 



ନୟାଗଡ ଜିଲ୍ଲା ନୂଆଗାଁକୋରଡା ପଂଚାୟତ ମାଧୟରେ  ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି ।କୋରଡା ଗ୍ରାମରେ ଥିବା ଅଙ୍ଗନାବାଡି -୧ କର୍ମୀ ବନ୍ଦିତା ଗୋଛାୟାତ ଙ୍କ ତତ୍ବାବଧାନରେ ଅଙ୍ଗନବାଦୀ ଗୃହ ମଧ୍ୟରେ ଏକ ସଭାର ଆୟୋଜନ କରଯାଇଥିଲା । ଏହି ସଭାରେ ନୂଆଗାଁ ବ୍ଲକ ସିଡିପିୟ ସୁଭ୍ରକେଶରି ମଲ୍ଲିକ ,ବିପିସି ଦିଲୀପ କୁମାର ନାୟକ ,ଭବାନୀ ପ୍ରସାଦ ସାହୁ ବୀଟିସି ସୁଜାତା ମହାନ୍ତି , ସିଆରପି ତପୋଇ ସେଠୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା ଗର୍ଭବତୀ ମହିଆ ଓ ଶିଶୁ  କିଭଳି ସୁଷମା ଖାଦ୍ଯ ଖାଇବାଦ୍ବାରା ସୁସ୍ଥ ରହିବା ସହିତ ଗର୍ଭରେ ଥିବା ଶିଶୂର ଶାରୀରକ ମାନସିକ ଅଭିବୃଦ୍ଧି ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । 

Post a Comment

0 Comments