ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଆଦାୟ ପୁର ଗ୍ରାମରେ ଥିବା ଦାଶରଥି ପାଟନାୟକଙ୍କ ସଂଗ୍ରହାଳୟ ଓ ପାଠାଗାର ପରିଦର୍ଶନ କରିଛନ୍ତି। ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ଶଚୀଦା ନନ୍ଦ ମିଶ୍ର । ଓଡିଶା
ଜନମାନସ ଦାସିଆ ଅଜାଙ୍କ ଶ୍ରାଦ୍ଧଦିବସ ସେପ୍ଟମ୍ବର ୧୨ ତାରିଖରେ ହେବାକୁ ଯାଉଛି ।
ସୂଚନା ମୁତବକ ଓଡିଶାର ବର ପୁତ୍ର ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ
ସଂଗ୍ରାହକ ବିଶିଷ୍ଟ ସାରସ୍ଵତ ସାଧକ ଦାସିଆ ଅଜା ହେଉଛନ୍ତି ନୟାଗଡ ଜିଲ୍ଲା ଓ ରାଜ୍ୟର
ଗର୍ବ ଓ ଗୌରବ ଅଟନ୍ତି ।

ଦାସିଆ ଅଜାଙ୍କ ଅସାଧାରଣ ସାଧନା ଆଦର୍ଶ ଓ ଜୀବନ କାହାଣୀ
ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାରା ଅଟେ । ପ୍ରତିବର୍ଷ ସେପ୍ଟେମ୍ବର
୧୨ ତାରିଖ ଦିନ ଦାସିଆ ଅଜାଙ୍କ ଶ୍ରାଦ୍ଧଦିବସ ପଡୁଛି ।ନୟାଗଡ ଜିଲ୍ଲା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ସଂଗ୍ରହାଳୟ ପରିଦର୍ଶ କରି ୧୨ ତାରିଖରେ ହେବାକୁ ଥିବା ଅଜାଙ୍କ ଶ୍ରାଦ୍ଧଦିବସ ରେ ସମସ୍ତ ଆୟୋଜନର ତଦାରଖ କରିଥିଲେ । ସଂଗ୍ରହାଳୟ ଦଇତ୍ଵରେ ଥିବା ଦୀପକ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ । ତତ ସହିତ ସଂଗ୍ରହାଳୟ ଭ୍ରମଣ କରି ବିମୋହିତ ହୋଇପଡିଥିଲେ । ଦାସିଆ ଅଜଙ୍କ ଦ୍ଵାରା ସଂଗୃହିତ ହୋଇଥବା ସମସ୍ତ ମୁଲ୍ଯବନ ପୁସ୍ତକ ,ଚନ୍ଦ୍ର ପଥର ,ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାକ୍ସ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାକ୍ସ ,ବିଦଶୀ ମୁଦ୍ରା ସମୂହକୁ ଦେଖି ବିମୋହିତ ହୋଇପଡିଥିଲେ । ମଧ୍ୟଖଣ୍ଡ ଗ୍ରାମରୁ ଆସିଥିବା ଯୁବକ ମାନେ ସଂଗ୍ରହାଳୟ ପରିଦର୍ଶନ କରି । କିପରି ଏହାର ଅତ୍ୟାଧୁନିକ ଭ୍ବାରେ ପରିବର୍ତ କରାଗଲେ ଆହୁରି ଭଲଲାଗିବ ଓ ପର୍ଯ୍ୟଟକ ମାନଙ୍କର ଭିଡ ଜମିବ ମତାମତ ଦେଇଥିଲେ ।
0 Comments