ଭାରତର ଚନ୍ଦ୍ର ଅଭିଯାନ (ଚନ୍ଦ୍ରଯାନ-୩) ମହାକାଶ ଇତିହାସରେ ଭାରତ ପାଇଁ ସ୍ୱର୍ଣ୍ଣିମ ଇତିହାସ ରଚିବା ସମଗ୍ର ଦେଶପାଇଁ ଯେତିକି ଗୌରବମୟ ଅଧ୍ୟାୟ ସେହିପରି ଆଜକୁ ୩୯ବର୍ଷ ପୂର୍ବେ ୧୯୮୪ ମସିହାରେ ଆମେରିକାରୁ ସଂଗୃହୀତ ଚନ୍ଦ୍ରମଣ୍ଡଳର ୩ଗୋଟି ପଥର ଖଣ୍ଡ ନୟାଗଡ଼-ଦଶପଲ୍ଲାର ବଣପାହାଡ଼ାଘେରା ଉଦୟପୁର ଗାଁରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ପ୍ରଦର୍ଶିତ ହେବା କାହାଣୀ ଆଜକୁ ୩୯ବର୍ଷ ପୂର୍ବେ ୧୯୮୪ ମସିହାରେ ସମଗ୍ର ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଓ ବିସ୍ମିତ କରିଥିଲା ।
ଆମେରିକାର ବୈଜ୍ଞାନିକ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ୧୯୬୯ ମସିହାରେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରି ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡମାନ ଆମେରିକାକୁ ଆଣି ଇତିହାସ ରଚିଥିଲେ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ଓଡ଼ିଶାର ବିଶିଷ୍ଟ ଲେଖକ ସାହିତ୍ୟିକ ପ୍ରଫେସର ଡାକ୍ତର ବିକ୍ରମ ଦାସ ଅନେକ କଷ୍ଟ ସ୍ୱୀକାର କରି ଆମେରିକାରୁ ଚନ୍ଦ୍ରମଣ୍ଡଳର ପଥର ଖଣ୍ଡମାନ ସଂଗ୍ରହ କରି ଓଡ଼ିଶାକୁ ଆଣିଥିଲେ । ଏହି ଦୁର୍ଲ୍ଲଭ ସାମଗ୍ରୀକୁ ଦେଖିôବାପାଇଁ ଓଡ଼ିଶାର ଅନେକ ତୁଙ୍ଗ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଡାକ୍ତର ଦାସଙ୍କ କଟକସ୍ଥିତ ଘରକୁ ବାରମ୍ବାର ଆସିଥିଲେ ଏବଂ ପୃଥିବୀର ଏହି ଅମୂଲ୍ୟ ସମ୍ପଦକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ପାଇଁ ପ୍ରଫେସର ଦାସଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ମାତ୍ର ସେ ସମସ୍ତଙ୍କ ଅନୁରୋଧ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦାସିଆ ଅଜାଙ୍କ ସଂଗ୍ରହର ସାଧନାରେ ବିମୋହିତ ହୋଇ ଡାକ୍ତର ବିକ୍ରମ ଦାସ ଓ ସହଧର୍ମିଣୀ ଏହି ଦୁର୍ଲ୍ଲଭ ଚନ୍ଦ୍ରମଣ୍ଡଳର ୩ଖଣ୍ଡ ପଥରମାନକୁ ଦାସିଆ ଅଜାଙ୍କୁ ଖୁବ୍ ଖୁସିରେ ପ୍ରଦାନ କରିଥିଲେ । ଦାସିଆ ଅଜା ପୃଥିବୀର ଏହି ବିରଳ ସାମଗ୍ରୀକୁ ପାଇବା ପରେ ଖୁସିରେ ଗଦ୍ଗଦ୍ ହୋଇ ପଡ଼ିଥିଲେ । ସେ ଏହାକୁ ନେଇ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ପଦ୍ମଶ୍ରୀ ବିନୋଦ କାନୁନ୍ଗୋ, ସମାଜ ସମ୍ପାଦକ ରାଧାନାଥ ରଥ, ନ୍ୟାୟମୂର୍ତି ହରିହର ମହାପାତ୍ର, ବିଖ୍ୟାତ କବି ସଚ୍ଚି ରାଉତରାୟ ଓ ପଦ୍ମଭୂଷଣ ଗୋପୀନାଥ ମହାନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଓ ପ୍ରଗତିବାଦି ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କୁ ବ୍ୟକ୍ତିଗତଭାବେ ଦେଖାଇଥିଲେ । ସେତେବେଳେ ଏହି ସମ୍ମାନସ୍ପଦ ବ୍ୟକ୍ତିବିଶେଷମାନେ ଦୁର୍ଲ୍ଲଭ ଚନ୍ଦ୍ରମଣ୍ଡଳର ପଥର ଖଣ୍ଡମାନ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ବିସ୍ମିତ ହୋଇଥିଲେ । ଡାକ୍ତର ବିକ୍ରମ ଦାସଙ୍କ ବଦାନ୍ୟତା ଓ ଦାସିଆ ଅଜାଙ୍କ ସଂଗ୍ରହର ସାଧନାକୁ ବାରମ୍ବାର ପ୍ରଶଂସା କରିଥିଲେ । ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା କେଉଁ ସ୍ଥାନରେ ଓ କାହାରି ପାଖରେ ଚନ୍ଦ୍ରପୃଷ୍ଠର ପଥର ନାହିଁ । ପୃଥିବୀର ଏହି ଅମୂଲ୍ୟ ସମ୍ପଦକୁ ଦାସିଆ ଅଜା ନିଜ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ସଂଗ୍ରହାଳୟରେ ପ୍ରଦର୍ଶିତ କରି ଯାଇଛନ୍ତି । ଏହା ରାଜ୍ୟ ଓ ଦେଶବିଦେଶର ଦର୍ଶକ ପର୍ଯ୍ୟଟକ ଗବେଷକ ଐତିହାସିକ ଓ ବୁଦ୍ଧିଜୀବୀମାନଙ୍କୁ ସଦାବେଳେ ଆକର୍ଷିତ ଓ ବିସ୍ମିତ କରୁଛି । ପ୍ରଫେସର ଡାକ୍ତର ବିକ୍ରମ ଦାସ ଓ ଦାସିଆ ଅଜା ଆଜି ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବମୟ ଅଟେ ।
0 Comments