ଦଶପଲ୍ଲା : - ( ରତ୍ନାକର ହୋତା ) ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଦଶପଲ୍ଲା ବ୍ଲକ୍ ସମ୍ମିଳନୀ ଆଜି ତା ୩.୯.୨୩ ରିଖ ଦିନ ଦଶପଲ୍ଲା ବ୍ଲକର ବୁଗୁଡ଼ା କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରତିନିଧି ମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀ ପ୍ରାରମ୍ଭରେ ସଂଗଠନର ନେତ୍ରୀ ଜୟନ୍ତୀ ଦାସ ସଂଗଠନର ପତାକା ଉତ୍ତୋଳନ କରି ସହିଦ୍ ବେଦିରେ ପୁଷ୍ପମାଲ୍ୟ ଦେଲାପରେ ସମସ୍ତ ପ୍ରତିନିଧି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଜୟନ୍ତୀ ଦାସ ଙ୍କ ସଭାପତିତ୍ବରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ସମ୍ମିଳନୀକୁ ସଂଗଠନର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମିନତି ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କଲା ପରେ ପ୍ରତିନିଧି ମାନେ ମହିଳା ମାନଙ୍କର ବହୁବିଧ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।ଏହି ସମ୍ମିଳନୀକୁ ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଅଭିନନ୍ଦନ ଜଣାଇ ମହିଳା ମାନଙ୍କ ଅଧିକାର ଉପରେ ଆଲୋଚନା କରିଥିଲେ। ଭ୍ରାତୃ ପ୍ରତିମ ସଂଗଠନ ଡି ୱାଇ ଏଫ୍ ଆଇ ର ବ୍ଲକ୍ ସଭାପତି ସୁଶାନ୍ତ କୁମାର ନାୟକ ଅଭିନନ୍ଦନ ଜ୍ଞାପନ ପୂର୍ବକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ସମ୍ମିଳନୀରେ ଏକ ୧୫ଜଣିଆ କମିଟି ଗଠନ କରାଯାଇଥିଲା।ଏହି କମିଟିରେ ଶ୍ରୀମତୀ ବାସନ୍ତୀ ପୃଷ୍ଟି ସଭାପତି,ଜୟନ୍ତୀ ଦାସ ସମ୍ପାଦକ ଓ ରଶ୍ମିତା ରାଉଳ କୋଷାଧ୍ୟକ୍ଷ, ସରୋଜିନୀ ମାଲିକ ଓ ଯୁବତୀ ନାୟକ ଉପ ସଭାପତି, ସୁକାନ୍ତି ବେହେରା ଓ ଗୋଲାପ ମୁଦୁଲି ସହ ସମ୍ପାଦିକା ଭାବରେ ନିର୍ବାଚିତ ହୋଇଛନ୍ତି। ଶେଷରେ ଜିଲ୍ଲା ସମ୍ପାଦିକା ଜ୍ୟୋତିର୍ମୟୀ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।
0 Comments