ନୂଆଗାଁ ବ୍ଲକ ବିଭିନ୍ନ ବିଦ୍ୟାଳୟରେ ଟ୍ରାଫିକ ନିୟମ ନେଇ ଛାତ୍ର ଛାତ୍ରୀ ଓ ଅଭିଭବାକ ମଧ୍ୟରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ।

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ଆଜି ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟ କ୍ରମ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ପ୍ରାଇମେରୀ ସ୍କୁଲଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିବାବକ ଙ୍କୁ ନେଇ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟ କ୍ରମ ଆୟୋଜନ କରଯାଇଥିଲା । ଏଥିରେ ଟ୍ରାଫିକ ର ସମସ୍ତ ନିୟମ କିଭଳି ପାଳନ କରାଯିବ ,ସମସ୍ତ ସଂକେତ ର ଅର୍ଥ ,ରାସ୍ତାରେ ଜୀବ ସମୟରେ କଣ ସବୁ ନିୟମ ପାଳନ କରିବା ଦରକାର ଯେପରିକି ଛାତ୍ର ଛାତ୍ରୀ ରାସ୍ତାରେ ବାମପାର୍ଶ୍ବରେ ଧାଡିବାନ୍ଧି ଚାଲିବା ,ରାସ୍ତାରେ ସାଇକେଲ ଚଳାଇବା ବେଳେ ଧ୍ୟାନ ଦେବା , ରାସ୍ତା ଅତିକ୍ରମ ସମୟରେ ଉଭୟ ପାର୍ଶବକୁ ଦେଖି ରାସ୍ତା ପାରିହେବା ,ଗାଡିଚାଳାଇବା ବେଳେ ହେଲମେଟ ବ୍ୟବହାର କରିବା , ଗାଡିଚାଳାଇବା ବେଳେ ମୋବାଇଲ ଫୋନେ ବ୍ୟବହାର କରିବା ନାହିଁ  ଏ ସମସ୍ତ ନିୟମକୁ ପାଳନ କରିବା ପାଇଁ କୁହ ଯାଇଥିଲା । ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ,ନୂଆଗାଁ ଆଦର୍ଶ ବିଦ୍ୟାଳୟ,ସରକାରୀ ପ୍ରାଥମିକ ବିଦ୍ୟାଳୟ ଆମ୍ବଝରୀ ଗ୍ରାମରେ ସମସ୍ତ ଅଭିଭାହକ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।


ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରି ସଞ୍ଜୁକ୍ତା ଦେଇ,ସହଶିକ୍ଷତ୍ରି ମଧୁସ୍ମିତା ନାୟକ ,ଅଧ୍ୟାପକ ଓଡିଆ ଚିନ୍ମୟ କୁମାର ପ୍ରଧାନ ,ସ୍କୁଲ ସଭାପତି କିଶୋର ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ଅଧ୍ୟାପକ ଓଡିଆ ଚିନ୍ମୟ କୁମାର ପ୍ରଧାନ ଟ୍ରାଫିକ ସମସ୍ତ ନିୟମକୁ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ

Post a Comment

0 Comments