ବାରମ୍ବାର ବିଦୂତ କାଟ ଅତିଷ୍ଠ ହେଲେଣି ବିଦୂତ ଉପୋଭୋକ୍ତା

 ପିସିଓଡିଏଲ ମନମାନୀ ଯୋଗୁ ଲୋକେ ଅତିଷ୍ଠ 

--------------------------------------------------------


ଦଶପଲ୍ଲା,(ରତ୍ନାକର ହୋତା )ପ୍ରଥମେ ଇଲେକ୍ଟ୍ରିସିଟି ବୋର୍ଡ୍, ପରେ କର୍ପୋରେସନ୍ ତାପରେ ସରକାରୀ ନିୟନ୍ତ୍ରଣ  ତାପରେ ସେସ୍କୋ,ଫିଡ୍ କୋ ,ଏଭଳି ଅବସ୍ଥାରେ ବୁଲିବୁଲି ଆସି ବିଦ୍ୟୁତ୍ ବିଭାଗ ଏବେ ଟାଟା କଂପାନିର ଟିପିସିଓଡିଏଲ ହାତରେ । ଲାଭ କ୍ଷତି ବିଷୟରେ ଆଲୋଚନା କରୁଥିବା ଲୋକେ କହିଲେଣି ସବୁଠାରୁ ସରକାରୀ ନିୟନ୍ତ୍ରଣ ଥିବା ସମୟରେ ଭଲଥିଲା। ଷ୍ଟାଫ୍ ମାନେ କାମ କରୁଥିଲେ । ଶାସକ,ପ୍ରଶାସକଙ୍କ ପ୍ରତି ଭୟଥିଲା। ଏତେ ସମୟ ଲାଇନ୍ କଟୁନଥିଲା। ଏବେ ମନଇଛା ଲାଇନ କଟାଯାଉଛି।ଦଶପଲ୍ଲାରେ ଗତ୩ଦିନ ଭିତରେ ପ୍ରାୟ ୧୫ଘଣ୍ଟା ଲାଇନ କଟିଥିବା ଅଭିଯୋଗ ହେଉଛି ।ଗୋଟିଏ ପଟେ ମେଣ୍ଟେନାନ୍ସ ଶବ୍ଦ ଲଗେଇ ୟୁନିଟ୍ ଦର ବଢେଇ ଚାଲିଥିବା ବେଳେ ଅନ୍ୟ ପଟେ ଘଣ୍ଟା ଘଣ୍ଟା ଧରି ଲାଇନ୍ କାଟିବାର ମାନେକଣ? ଦିନରେ ମେଣ୍ଟେନାନ୍ସ ନାଁ ରେ ୪ଘଣ୍ଟା କାଟିବା ପରେ ପୁଣି ରାତି୧୨ଟାରେ ଲାଇନକାଟିବା କୋଉ ମେଣ୍ଟେନାନ୍ସ ର ଫଳ? ଲୋକେ ଅତିଷ୍ଠ ହେଲେଣି। ଲାଇନ କଟିବା ଯୋଗୁ ବୟସ୍କ ଲୋକେ,ଛୋଟ ଛୁଆ ମାନେ ବେଶି କଷ୍ଟ ପାଉଛନ୍ତି । ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ କୁହୁଳିଲାଣି।  କେତେବେଳେ କଣ ହବ କହିହବନି। କମିଶନ୍,ବୋନସ୍ ବା ପ୍ରମୋସନ ଲୋଭରେ ଯଦି କେହି ଏଭଳି କିଛି କରୁଥାନ୍ତି ସେଥିରୁ କ୍ଷାନ୍ତ ହୁଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Post a Comment

0 Comments