ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମୁଖରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ଵରେ ଚାଲିଥିବା ଆନ୍ଦୋଳନ ରେ ଆଜି ନୂଆଗାଁ ବ୍ଳକ୍ ର 382 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ପ୍ରାଥମିକ ଶିକ୍ଷକ ସଂଘ (OPS),(NPS),(EX-CADRE) କନିଷ୍ଠ ଶିକ୍ଷକ ସଂଘ, କଳା ଓ କ୍ରୀଡ଼ା ଶିକ୍ଷକ ଆଦି ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟିରେ ରହିବା ଯୋଗୁଁ ନୂଆଗାଁ ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲୁଛି ଓ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି | ଉକ୍ତ ଆନ୍ଦୋଳନ ଦାବିପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘୀୟ ନେତୃତ୍ବ ଗଣ ମତ ପ୍ରଦାନ କରିଛନ୍ତି | ଆଜିର ଆନ୍ଦୋଳନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (AUPTF) ର ସଂପାଦକ ଶ୍ରୀଯୁକ୍ତ ଭକ୍ତ ରଞ୍ଜନ ମିଶ୍ର ଏବଂ ରାଜ୍ୟ ସଂଯୋଜକ (AUPTF) ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ରାଜ୍ୟ ସଂପାଦକ (PSTA) ଶ୍ରୀଯୁକ୍ତ ବିଭୁପ୍ରସାଦ ସାହୁ ଏବଂ ଶ୍ରୀଯୁକ୍ତ ଉମେଶ କୁମାର ସ୍ବାଇଁ ଜିଲ୍ଲା ସଭାପତି (EX-CADRE) ଯୋଗଦାନ କରି ଉଦ୍ବୋଧନ ପ୍ରଦାନ କରିଥିଲେ |
0 Comments