କଳାବ୍ୟାଜ ପିନ୍ଧି ପ୍ରଦିବାଦ କାଲେ ଆଦର୍ଶ ବିଦ୍ୟାଳୟର

 


ନୟାଗଡ ଜିଲ୍ଲା ନୂଆଗାଁ ସଦର   ମହକୁମାରେ ଥିବା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଜି କଲବ୍ୟକ୍ଜ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବରେ ପ୍ରତିବାଦ କରିଛନ୍ତି । ସୂଚନା ଥାଉକି ସମ୍ପୂର୍ଣ ସରକାରୀ ଶିକ୍ଷୟକ ମାନ୍ୟତା ଦାବିରେ ନୂଆଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ କଳା ବ୍ୟାଜ ପରିଧାନ କରି ନିରବ ପ୍ରତିବାଦ କରିଛନ୍ତି । ଆଦର୍ଶ ବିଦ୍ୟାଳୟ ହେଉଛି ମୁଖ୍ୟ ମନ୍ତ୍ରୀଙ୍କ ଏକ ଆଦର୍ଶ ଶିକ୍ଷା ଯୋଜଜନା ହୋଇଥିଲେ ମଧ୍ୟ ଦୁଖ ଓ  ପରିତାପର ବିଷୟ ହେଉଛି ଓଡିଶା ଆଦର୍ଶ ବିଦ୍ୟାଳୟ ପତ୍ର ସଂଖ୍ୟା ନ 0୪ ତା ୨୩/୧୧/ ୨୦୧୫ ଓ ପତ୍ର ସଂଖ୍ୟା ନ ୬୬୧ ତା ୦୧/୦୩/୨୦୧୯ ଅନୁସାରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ନିୟମ ଭିତିରେ ଯେଉଁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ କଥା ତାହା ୭ ବର୍ଷ ସୁଧା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳି ପାରିନାହିଁ । ପୂର୍ବରୁ  ଉକ୍ତ ଅସୁବିଧା ବାବଦରେ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ଅଧିକାରୀ ,ଶିକ୍ଷା ମନ୍ତ୍ରୀ ,ଜିଲ୍ଲାପଲ  ଓ ଗଣମାଧ୍ୟମକୁ ୨୦ ଦଫା ଦାବି ବିଷୟରେ ଅବଗତ କରଜି ଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ତେଣୁ ଶନିବାର ଠାରୁ ଶିକ୍ଷକ ଗୋଷ୍ଠୀ କଳାବ୍ୟାଚ ପିନ୍ଧି ଆରମ୍ଭ କରିଥିବା ପ୍ରତିବାଦ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିଛି । ଯଦି ସରକାର ଏଥିପ୍ରତି ଦ୍ରୁଷ୍ଟି ନ ଦିଅନ୍ତି ତେବେ ଆସନ୍ତା ୧୭ ତାରିଖରେ ସମଗ୍ର ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷତ୍ରି ରାଜରାସ୍ତାକୁ ବାହାରିବେ   ବୋଲି ଚେତାବନୀ ଦେଇଛନ୍ତି ।  ନୂଆଗାଁ ଆଦର୍ଶ ବିଦ୍ୟାଳୟ ସମୁଖରେ ପ୍ରଧାନ ଶିକ୍ଷକ ଓ ଶିକ୍ଷତ୍ରି କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । 

Post a Comment

0 Comments