ରାଜ୍ୟ ପାରମ୍ପପାରିକ ଗୋପାଳ ସମାଜର ନନ୍ଦ ଉତ୍ସବ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହିତମା ଠାରେ ଆୟୋଜିତ ୦୯ ରାଜ୍ୟ ପାରମ୍ପପାରିକ ଗୋପାଳ ସମାଜର ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ନୟାଗଡ ଜିଲ୍ଲା ର ନୂଆଗାଁ ,ଦଶପଲ୍ଲା ,ଖଣ୍ଡପଡା ବ୍ଲକ ର ଗୋପାଳ ସମାଜର ୨୦୦ ରୁ ଉର୍ଦ୍ଧ ଗୋପାଳ ମାନେ ଏକ ତ୍ରିତ ହୋଇଥିଲେ ।


ନନ୍ଦଉତ୍ସବ  ପାରମ୍ପରିକ କାର୍ଯ୍ୟକ୍ରମରେ ନନ୍ଦ ଉତ୍ସବ,ହୋମ ,ଗ୍ରାମପରିକ୍ରମା କରଯାଇଥିଲା ଶେଷରେ ପ୍ରସାଦ ସେବନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତିନୋଟି ଗୋପାଳ ରାଜ୍ୟର ସଭାପତି ଯୋଗଦେଇଥିଲେ । ୯ ରାଜ୍ୟ ଗୋପ ଗୋପାଳ ସମାଜ ସଭାପତି ସମିତମା ରାଜକିଶୋରେ ବେହେରା ,ଖଣ୍ଡପଡା ରାଜ୍ୟ ସଭାପତି ସୁଭାଷ ଚନ୍ଦ୍ର ବେହେରା ,ଦଶପଲ୍ଲା ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ବେହେରା ,ସମ୍ପାଦକ ତରେଶ୍ଵର ବେହେରା ,କୋଷଧକ୍ଷ ନିରଞ୍ଜନ ବେରହେରା , ସମାଜ ସେବି ସଂକର୍ଷଣ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Post a Comment

0 Comments