ଦାସିଆ ଅଜାଙ୍କ ପାଠାଗାରକୁ ପୁରୁଣା ପତ୍ରିକା ବିଦେଶୀ ସାମଗ୍ରୀ ପ୍ରଦାନ

 



                 ଆଜି ମିଳିଥିବା ସୂଚନା ମୁତାବକ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ବିରଖ୍ୟାତ ସଂଗ୍ରାହକ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ନୂଆଗାଁ ବ୍ଲକ୍‌ର ଉଦୟୁର ଗାଁରେ ୍ରତିଷ୍ଠିତ ବିଶ୍ୱ୍ରସିଦ୍ଧ । ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରାପ୍ତ ପ୍ରରଫେସର ତଥା ବିଶିଷ୍ଟ ସଂସ୍କୃତ ବିଷାରଦ ଡଃ. ନୃସିଂହ ଚରଣ ସାହୁ ଓ ସହଧର୍ମିଣୀ କନକମଞ୍ଜରୀ ସାହୁ ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନରେ ଆସି ଥାଇଲାଣ୍ଡ ଦେଶର ପଥର ନିର୍ମିତ ଜାତୀୟ ସ୍ମାରକୀ କଳାକୃତି ଓ ମାଲେସିଆ ଦେଶର ଏକ କଳାକୃତି ସ୍ମାରକୀକୁ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ଏବଂ ପ୍ରଫେସର ସାହୁଙ୍କ ଦ୍ୱାରା ୧୯୬୯ ମସିହା ଠାରୁ ୨୦୦୩ ମସିହା ପର୍ଯ୍ୟନ୍ତ ସଂଗୃହୀତ ୨୮ ପ୍ରକାରର ୪୬୦ଖଣ୍ଡ ପୁରୁଣା ଉାଦେୟ ତ୍ରିକାମାନକୁ ପାଠାଗାରକୁ ପ୍ରଦାନ କରି ଖୁସିବ୍ୟକ୍ତ କରିଛନ୍ତି । ବିଦେଶର ଏହି କଳାକୃତି ସାମଗ୍ରୀ ଓ ପତ୍ରିକାମାନ ପାଠାଗାରକୁ ଆସୁଥିବା ଓଡ଼ିଆ ସାହିତ୍ୟର ଗବେଷକମାନଙ୍କ ପାଇଁ ଖୁବ୍ ଉଯୋଗୀ ହେବ ।


ଦର୍ଶକ ର୍ଯ୍ୟଟକମାନଙ୍କୁ ଖୁବ୍ ଆକୃଷ୍ଟ କରିବ । ଆଗାମୀ ଦିନରେ ପୁନର୍ବାର ଅନେକ ପୁରାତନ ପୁସ୍ତକମାନ ଦାସିଆ ଅଜାଙ୍କ ପାଠାଗାରକୁ ପ୍ରଦାନ କରିବେ ବୋଲି ପ୍ରଫେସର ସାହୁ ମତ୍ରକାଶ କରିଛନ୍ତି । ଅନୁଷ୍ଠାନ ସମ୍ପାଦକ ତଥା ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ପ୍ରଫେସର ସାହୁଙ୍କ ବଦାନ୍ୟତାକୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

Post a Comment

0 Comments