ନୟାଗଡ ଜିଲ୍ଲା କୋରଡା ପଞ୍ଚାୟତ କୋରଡା ଗ୍ରାମରୁ ଜୈନେକ ବ୍ୟକ୍ତିଙ୍କ ଘରୁ ଏକ ୬ ଫୁଲ ଲମ୍ବର ଅଜଗର ସାପ ବନ ବିଭାଗ ଉଧାର କରିଛି । ଆଜି ମିଳିଥିବା ସୂଚନା ମୁତବକ କୋରଡା ଗ୍ରାମର କାଠିଆ ଖଣ୍ଡୁଆଳଙ୍କ ଘର ଭିତରେ ଏକ ଅଜଗର ସାପ ପଶି ଆସି ଝରକା ରେ ଗୋଡେଇ ହୋଇ ଶୋଇଥିଲା । ଘରଲୋକ ଖବର ପାଇ ମହିତମା ବନବିଭାଗକୁ ସୂଚନା ଦେଇଥିଲେ । ମହିତମା ସେକସନ ର ବନପାଳ ରାକେଶ କୁମାର ସାହୁ ,ବିନାୟକ ଜେନା ,ବନରକ୍ଷୀ , କୋରଡ଼ା ବିଟ ଓ ଶିନୁ ପ୍ରଧାନ ଘଟନା ସ୍ଥଳରେ ପହଞ୍ଚି ଅଜଗର ସପଟିକୁ ଉଧାର କରିଥିଲେ । ଏହି ସାପ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ପଞ୍ଚୁପାଣ୍ଡବ ସଂରକ୍ଷିତ ଜଙ୍ଗଲ ରେ ଛଡ଼ା ଯାଇ ଅଛି।
0 Comments