ଉଦୟପୁର 5t ସ୍କୁଲ ପରିଆର୍ଶନ କରି ପିଲାଙ୍କୁ ଶିକ୍ଷା ଦାନ କାଲେ ବ୍ଲକ ଉନ୍ନୟନ ଅଧକାରୀ ନୂଆଗାଁ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ  ମଧ୍ୟୟରେଥିବା ଉର୍ଣିତ ଉଚ୍ଚ ବିଦ୍ୟାଳୟ ଉଦୟପୁର  5t କାର୍ଯ୍ୟ ପରିଦର୍ଶନ ପାଇଁ ଆସିଥିଲେ ନୂଆଗାଁ ବ୍ଲକ ଉନ୍ନୟନ ଅଧକାରୀ ସଚୀଦାନନ୍ଦ ମିଶ୍ର । ଶିକ୍ଷକ ମାନଙ୍କର ଗଣ ଆନ୍ଦୋଳନ ଚାଲିଥିବା ସମୟରେ ବିଦ୍ୟାଳୟ ମଧ୍ୟରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ମଧ୍ୟ ଶିକ୍ଷକ ଶୂନ୍ୟ ଥିଲେ । ସମସ୍ତ ଛାତ୍ର ଛାତ୍ରୀ ସ୍କୁଲ ପରିସରରେ ଅଣେତେଣେ ବୁଲୁଥିବାର ବିଡିଓ ଦେଖିଥିଲେ । ସଙ୍ଗେ ସଙ୍ଗେ ଦଶମ ଶ୍ରେନୀର ସମସ୍ତ ପିଆଙ୍କୁ ଶ୍ରେଣୀ ଗୃହରେ ବସିବା ପାଇଁ ନିର୍ଦେଶ ଦେଇଥିଲେ । ତତ ପରେ ନିଜେ ଶ୍ରେଣୀ ଗୃହରେ ପିଲାଙ୍କୁ ପଢାଇ ଥିଲେ ବିଡିଓ ।


ଦଶମ ,ନବମ , ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହିତ ନିକଟରେ ଥିବା ଦାଶରଥି ପଟନାୟକଙ୍କ ବିଷୟରେ ପିଲାଙ୍କୁ ବୁଝାଇଥିଲେ ।  ସଂଗ୍ରାଳୟ ମଧ୍ୟରେ ଥିବା ମୂଲ୍ଯବାନ ପୁସ୍ତକ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ । କିଭଳି ଓଡିଶାର ଦୂରଦୂରାନ୍ତରୁ ସାହିତିକ,ଗବେଷକ ଉକ୍ତ ସଂରଳୟରେ ଆସି ଗବେଷଣା କରି ସଫଳତା ପାଇଛନ୍ତି ।

ସେ ସମସ୍ତ ବିଷୟରେ କିଛି ଉପଦେଶ ଦେଇଥିଲେ । ତତ ସହିତ ବିଦ୍ୟାଳୟର ଖାଲି ପଡିଥିବା ଶିକ୍ଷକ ପଦବୀ ପୁରନ୍ନ କରିବା ପାଇଁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଊଚପଦସ୍ତ  ଅଧିକାରୀଙ୍କୁ ବିଦ୍ୟାଳୟ ପରିସରରୁ ଦୁରାଭାସ ଦ୍ଵାରା ଜଣାଇ ଥିଲେ । ବ୍ଲକ୍କ ଉନ୍ନୟନ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ

Post a Comment

0 Comments