ନୟାଗଡ଼ (ନୂଆଗାଁ )ଉଦୟପୁରରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି. ଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଠାରୁମହାବିଦ୍ୟାଳୟ ମଧ୍ୟରେ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ଉଚ୍ଚ ବିଦ୍ୟାଳୟ, ମୀନକେତନ ସଂକୃତ ମହାବିଦ୍ୟାଳୟ,+3ଡିଗ୍ରୀକଲେଜ ନୂଆଗାଁ, ସଂପଡା, ନୂଆଗାଁ, କୋରଡ଼ା, ସୋରଡ଼ା, ଜଗନ୍ନାଥପ୍ରସାଦ, ଅମ୍ବାଝରୀ, ଖଲମଡା ଭଳି ନୂଆଗାଁ କ୍ଲଷ୍ଟର ଓ ସଂପଡା କ୍ଲଷ୍ଟର ସମସ୍ତ ବିଦ୍ୟାଳୟରେ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଯାଇଛି. ସଂନ୍ଧ୍ୟା ସମୟରେ ଦାସିଆ ଅଜାଙ୍କ ସଂଗ୍ରାଳୟ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା. ଆଜିର ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ କରିଥିଲେ. କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରଥମେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧୀ ପୀଠରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସନ୍ଧ୍ୟା ସମୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶଶିକାନ୍ତ ସାହୁ,ପୂର୍ବତନ ସାଂସଦ ଡ଼ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବ୍ଲକ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ଶ୍ରମିକ ନେତା ବିଶ୍ବନାଥ ମହାପାତ୍ର, ଅତିରିକ୍ତ ତହସିଲଦାର କବିରାଜ ସେଠି ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୁତି ଚାରଣ କରିଥିଲେ।
ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ। ଅମ୍ବାଝରୀ ପ୍ରାଇମେରୀ ସ୍କୁଲ ର ଛାତ୍ର ହିମାଂଶୁ ଶେଖର ପ୍ରଧାନ ଚତୁର୍ଥ ଶ୍ରେଣୀର ଛାତ୍ର ଦାସିଆ ଅଜାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ପୁରାତନ ଲେଖନୀ, ବ୍ରତ, କୁଂପି ପେଡ଼ି ଦାସିଆ ସଂଗ୍ରହାଳୟକୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ପରିଚାଳନା କରିଥିଲେ।
0 Comments