ଡାଇବେଟିସ୍, ଏନିମିଆା ଭଳି ଏମିତି ଏନେକ ସମସ୍ୟାରୁ ପାଇବେ ମୁକ୍ତି, ଖାଆନ୍ତୁ ଲାଲ୍ ଭେଣ୍ଡି l



           



           📝ଆଜିକାଲି ମାର୍କେଟରେ ଲାଲ୍ ଭେଣ୍ଡିର ଚାହିଦା ବଢିଗଲାଣି। କାହିଁକିନା ଏଥିରେ ରହିଛି ଅନେକ ଔଷଧିୟ ଗୁଣ।  ସେଥିପାଇଁ  ଲାଲ୍ ଭେଣ୍ଡି ସେବନ କରିବା  ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ।  ଏହି କାରଣ ପାଇଁ ଲୋକମାନେ ଗ୍ରୀନ୍ ଭେଣ୍ଡି ଖାଇବା ବଦଳରେ  ଲାଲ୍ ଭେଣ୍ଡି ଖାଇବାକୁ କରନ୍ତି ପସନ୍ଦ।  ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ,  ଏହି ଲାଲ୍ ଭେଣ୍ଡିରେ ଥିବା ଗୁଣ  ମୋଟାପଣ, ହାଇକୋଲେଷ୍ଟ୍ରଲ୍  ଓ ସୁଗାର ଭଳି ସମସ୍ୟାକୁ କରିଥାଏ ଦୂର। ତେବେ ଆସନ୍ତୁ ଜାଣିବା ଲାଲ୍ ଭେଣ୍ଡିର ଉପକାରିତା ବିଷୟରେ।


ଲାଲ୍ ଭେଣ୍ଡି  ଅନେକ ପ୍ରକାରର ପୃଷ୍ଟିକର ତତ୍ତ୍ୱ ରହିଛି। ଏହାସହ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍ ଓ ଆଇରନ୍ ଭରପୁର ମାତ୍ରାରେ ରହିଛି। ଏହି ଲାଲ୍ ଭେଣ୍ଡି ଡେଇବେଟିସ୍ ରେଗୀଙ୍କ ପାଇଁ ରାମବାଣ ସଦୃଶ। ସେଥିପାଇଁ ଏହାର ଚାହିଦା ଖୁବ୍ ବେଶି। ବିଦେଶରେ ଏହାର ଚାଷ ଅଧିକ ପରିମାଣରେ  ହୋନିଥାଏ। ବିଦେଶରେ ଲୋକନମାନେ  ସବୁଜ ଭେଣ୍ଡି ବଦଳରେ  ରେଡ୍ ଭେଣ୍ଡି ଖାଇବାକୁ ଅଧିକ ପସନ୍ଦ୍ କରନ୍ତି।


▪️୧ .ଏଥିରେ ଆଇରନ୍  ଭରପୁର ମାତ୍ରାରେ ମିଳିଥାଏ। ଏହି କାରଣରୁ ଏହାକୁ ଖାଇବା ଦ୍ୱାରା ଆଇରନ କମି ପୂରଣ ହୋଇଥାଏ। ଯାହା ଦ୍ୱାରା ବଢ଼ିଥାଏ ରକ୍ତ। ଏନିମିଆ ଚିକିତ୍ସାରେ ହୋଇଥାଏ  ଉପଯୋଗୀ।


▪️୨ .କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ୍  ଉପକାରୀ।  ଲାଲ୍ ଭେଣ୍ଡିରେ ଲେକ୍ଟିନ୍ ନାମକ ପ୍ରୋଟିନ୍ ରହିଛି।  ଏହାକୁ ସେବନ କରିବା ଦ୍ୱାରା କ୍ୟାନ୍ସର ସେଲ୍ସକୁ ବଢ଼ିବାରେ ରୋକିଥାଏ।  ଏହି କାରଣରୁ କ୍ୟାନସର ହେବାର ସମ୍ଭାବନା କମ୍ ହୋଇଥାଏ।


▪️୩ .ଲାଲ୍ ଭେଣ୍ଡି ଖାଇବା ଦ୍ୱାରା ବ୍ଲଡ୍ ରେ ସୁଗାର ଲେବଲ୍ ରହିଥାଏ କଣ୍ଟ୍ରୋଲରେ। ଏହା ଡାଇବେଟିସର ସମ୍ଭାବନାକୁ କମ୍ କରିଥାଏ।


▪️୪ .ଲାଲ୍ ଭେଣ୍ଡି ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ରହିଥାଏ।


▪️୫. ଲାଲ୍ ଭେଣ୍ଡିରେ ଏମିତି ପୋଷକ ତତ୍ତ୍ୱ ରହିଛି,  ଯାହା ହାର୍ଟ ପାଇଁ ଖୁବ୍ ଉପକାରୀ।  ଏହି କାରଣ ପାଇଁ  ଲାଲ୍ ଭେଣ୍ଡି ସେବନ କରିବା ଦ୍ୱାରା  ହାର୍ଟ ଆଟାକ୍ ର ବିପଦ ଦୂର ହୋଇଥାଏ।


▪️୬. ଲାଲ୍ ଭେଣ୍ଡିରେ ଭିଟାମିନ୍ B-9 ମିଳିଥାଏ।  ଏହି କାରଣରରୁ ଗର୍ଭାବସ୍ଥାରେ  ଏହାକୁ ସେବନ କରିବା ଗର୍ଭବତୀ ଓ ଶିଶୁ ଦୁହିଁଙ୍କ ପାଇଁ ଖୁବ୍ ଉପକାରୀ ।


▪️୭. ଏହି ଭେଣ୍ଡି  ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ୍ ହୋଇଥାଏ। ଏହା ଛୁାଙ୍କର କବ୍ଜ ସମସ୍ୟା ଦୂର  କରିଥାଏ।


▪️୮. ଲାଲ୍ ଭେଣ୍ଡି  ସେବନ କରିବାଦ୍ୱାରା ଏଥିରେ ଥିବା ପ୍ୟାକ୍ଟିନ୍ ନାମକ ତତ୍ତ୍ୱ ଶରୀରରେ ମାତ୍ରାଧିକ କୋଲେଷ୍ଟ୍ରଲ ଦୂର କରିଥାଏ।


Post a Comment

0 Comments