ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କନ୍ଧଖାଲମଡା
ଗ୍ରାମରୁ ଆଜି ସନ୍ଧ୍ଯା ସମୟରେ ବନବିଭାଗ ଚଢାଉକରି ୩୦ କେଜି ବାର୍ହା ମାଂସ ଜବତକରିଛି । ସୂଚନା ମୁତବକ
ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ଆଜି ଜକେଡା ପଂଚାୟତ କନ୍ଧଖାଲମଡା ଗ୍ରାମର ଦୁର୍ଜ୍ୟଧନ ମଳିକଂକ
ଗାଧୁଆଘରୁ ବର୍ହା ମୁଣ୍ଡ ସହିତ ମାଂସ ଜବତ କରିଛି
। ଘଟଣା ସ୍ଥଳରୁ ଅପରାଧୀ ଚମ୍ପଟ ମାରି ଚାଲିଯାଇଥିବା ବନବିଭାଗ ସୂଚନା ଦେଇଛନ୍ତି । କଟା ଯାଇଥିବା
ମାଂସ ୧୮ କେଜି ହୋଇଥିବା ବେଳେ ବର୍ହା ମୁଣ୍ଡ ୧୨ କେଜି । ମାଂସକୁ ଜବତ କରି ମହିପୁର ବନାଞ୍ଚଳ ଅଧିକାରୀଙ୍କ
କାର୍ଯ୍ୟାଳୟ ଅଣାଯାଇ କେସ(ନ- ୧୩ /୨୩) ରଜୁ କରାଯାଇଛି । କାଲି ସମସ୍ତ ମାଂସକୁ ବ୍ୟବଛେଦ କରାଯିବ । ଘଟନା ସ୍ଥଳରେ
ମହିତମା ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡା,ସମାପ୍ତି ସାମନ୍ତରାୟ,ସନେଶ୍ବନୀ ପ୍ରଧାନ ଉପସ୍ଥିତ ରହିଥିଲେ ।
ସମସ୍ତ ସୂଚନା ବନପାଳ ରାକେଶ କୁମାର ସାହୁ ଠାରୁ ମିଳି
ଅଛି।
0 Comments