ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମୁଖରେ କଳାବ୍ୟାଚ ପରିଧାନ କଲେ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ । ସୂଚନା ମୁତାବକ ଦୀର୍ଘଦିନ ଧରି ନିଖିଲ ଓଡିଶା ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିବାସୀ ସଂଘ କାର୍ଯ୍ୟନିର୍ବାହୀ ସଂଘ ଦ୍ଵାରା ବିଭନ୍ନ ଦାବି ଉପସ୍ଥାପନ କରଜାଇଅଛି । ଚଳିତ ମାସ ୩ ତାରିଖରେ ଏକ ଲିଖିତ ଦାବିପତ୍ର ଜିଲ୍ଲା ପାଳ ନୟାଗଡ ଓ ବିଡିଓ ମାନଙ୍କୁ ଦିଆଯାଇଥିଲା । ସେଥିରେ ଉଲେଖ ଥିଲା କି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ୍ୟତା +୨ ରଖାଯାଇଛି ତାହାକୁ +୩ କରାଯାଉ ।ଲେବୁଲ ୫ ରେ ୨୧୭୦୦ ଦରମାକୁ ବଢାଇ ୩୫୪୦୦କରାଯାଉ। ଗ୍ରାମପଞ୍ଚୟତ ରେ ଥିବା କ୍ୟାଡର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଉ ,OPRS ରେ ସାମିଲ କରିବା ସହିତ ପଦଉନ୍ନତି ୫୦ %ରଖାଯାଇଛି ତାକୁ ୧୦୦ % କରାଯାଉ। ବହୁବାର ଦାବିକରିବା ସତ୍ବେ କୌଣସି ସୁଫଳ ମିଳିନାହିଁ । ସେଥିପାଇଁ ଓଡିଶା ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିବାସୀ ସଂଘ କାର୍ଯ୍ୟନିର୍ବାହୀ ସଂଘ ଦ୍ଵାରା ନିସ୍ପତି କ୍ରମେ ଚଳିତ ମାସ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ କଳାବ୍ୟାଚ ପରିଧାନ କରାଯିବ । ଯଦି ସରକାର କୌଣସି ନିସ୍ପତି ନ କରନ୍ତି ତାହାହେଲେ ୧୮ ତାରିଖରୁ ସଂପୂର୍ଣ୍ଣ ଆନ୍ଦୋଳନକୁ ବାହାରିବା ପାଇଁ ସଂଘ ନିସ୍ପତି ନେଇଛି ।
0 Comments