ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ନେଇ ଜିଲ୍ଲା ପାଳଙ୍କୁ ଦାବି ପତ୍ର

 


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ନେଇ ପୁଣି ବିବାଦ ଦେଖା ଦେଇଛି. ଏ ନେଇ ଆଜି ଜିଲ୍ଲାପାଳଙ୍କୁ 16 ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଲିଖିତ ଦାବି ପତ୍ର ଦେଇଅଛନ୍ତି.ସୂଚନା ଥାଉକି ନୂଆଗାଁ ବ୍ଲକ ରେ ଆଦର୍ଶ ବିଦ୍ୟାଳୟ ପାଈଁ ନୂଆଗାଁ ସଦର ମହକୁମାରେ ରେ ସ୍ଥାନ ନିରୂପଣ ହୋଇଇଛି. କିନ୍ତୁ ଏହାକୁ ବିରୋଧ କରି 16ଟି ଗ୍ରାମ ପଞ୍ଚାୟତ ଜନସାଧାରଣ ସ୍ଥାନ ପରିବର୍ତ୍ତନ ପାଈଁ ଆନ୍ଦୋଳନ ଜାରି ରଖି ଛନ୍ତି. ସେମାନେ କହିବା ମୁତାବକ ମହୀପୁର ନିକଟସ୍ଥ ହରିଡ଼ା ବନ୍ଧ ମୌଜାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଗଲେ ବାହାଡଝୋଲା, ମାଳିସାହି ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କର ବୃହତ୍ତର ସ୍ୱାର୍ଥ ଯଥା ଗମନା ଗମନ, ରହଣି, ସ୍ୱାସ୍ଥ୍ୟ ସୁବିଧା ଏବଂ ଭୌଗଳିକ ଅବସ୍ଥିତି କୁ ହୃଦୟଗମ କରି ହରିଦବନ୍ଧ ମୌଜାରେ ଆଦର୍ଶ ବିଦ୍ୟାଳୟ 25/08/2023 ଆରମ୍ଭ କରା ନଗଲେ. ରାଜନୈତିକ ପକ୍ଷ ପତିତା ଓ ପ୍ରଶାସନିକ ସ୍ଥାଣୁତା ବିରୁଦ୍ଧରେ ୫୭ ନ ଜାତୀୟ ରାଜପଥ ମହିପୁର ଛକ ତା ୨୮ /୦୮/୨୦୨୩ ରିଖରେ ୧୨ ଘଣ୍ଟିଆ ଗଣଧରଣା ଓ ପ୍ରତିବାଦ ସଭା ଜାରି ରହିବା ପାଈଁ ଚେତାବନୀ ଦିଆ ଯାଇଛି.


Post a Comment

0 Comments