ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଓଡିଶା ଆନୁକୁଲ୍ଯରେ ସ୍ୱାସ୍ଥ୍ୟ ଓ ଆରୋଗ କେନ୍ଦ୍ର ଜଗନ୍ନାଥପ୍ରସାଦ ଆଜି ବିଭିନ୍ନ ଗ୍ରାମ କୁ ସ୍ୱାସ୍ଥ୍ୟ ସଚେତନତା ଗାଡି ପ୍ରଚାର ପାଇଁ ଯାଇଥିଲା । ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଉପରେ ୩ ଦିନ ଧରି ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଜଗନ୍ନାଥପ୍ରସାଦ ଗ୍ରାମରେ ପାଲା ମାଧ୍ୟମରେ ଜନସାଧରଙ୍କୁ ସୂଚନା ଦିଆଯାଇଥିଲା । କିପରି ଏହିସବୁ ସଂକ୍ରମିତ ରୋଗରୁ ସମସ୍ତେ କିପରି ନିଜକୁ ସୁରକ୍ଷା ଦେବା ସହିତ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ ସେ ସମସ୍ତ ବିଷୟରେ ସଚେତନତା କରଯାଇଥିଲା । ପାଲା ପରିବେଷଣ ରେ ଗାୟକ ରାଜ କିଶୋର ପ୍ରଧାନ, ବାୟକ ଅନ୍ତର୍ଜ୍ୟାମି ଜେନା, ସହଯୋଗୀ ଜଦୁନାଥ ସାହୁ ପାଲା ପରିବେଷଣ କରିଥିଲେ । ଉକଟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ଆରୋଗ କେନ୍ଦ୍ର ଜଗନ୍ନାଥପ୍ରସାଦର ଡାକ୍ତର ସଲୀଳା ଶଢଙ୍ଗୀ ସହିତ ,ଫର୍ମଷ୍ଟିଟ ଚିତ୍ତରଣଜନ ନାୟକ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ
0 Comments