ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟରାଜପଥ ୫୭ ରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ଵାରା ରାସ୍ତା ଅବରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଦିଆସୀମାନେ ବିଭିନ୍ନ ସମସ୍ଯା ଜିଲ୍ଲା ପଲଙ୍କ ଦ୍ଵାରା ଏକ ଦାବିପତ୍ର ରାଷ୍ଟ୍ରପତିଙ୍ଙ୍କୁ ଦିଆଯାଇଥିଲା । ସେଥିରେ ଉଲେଖା ଥିଲାକି ଆଦିବାସୀ ମାନଙ୍କ ବିରୁଦ୍ଧରେ କଳା କାନୁନ୍ନ ସମାନଗରିକ ଅଧିକାର ଆଇନ କରିବାପାଇଁ ନିସ୍ପତି ନେଇଛନ୍ତି ତାହାକୁ ବୀରୁଧ ଓ ମଣିପୁର ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ମହିଳାଙ୍କୁ ଅତ୍ୟାଚାର । କିନ୍ତୁ ତାହାର କୌଣସି ପ୍ରକାର ସୁଫଳ ମିଳିନଥିଲା । ସେସ୍ଥିପାଇଁ ଆଜି ନୟାଗଡ ଜିଲ୍ଲା ର ୬ ଟି ବ୍ଲକ ନୟାଗଡ ,ନୂଆଗାଁ ,ଓଡଗାଁ ,ଦଶପଲା ,ଗଣିଆ ,ଖଣ୍ଡପଡା ଶତାଧିକ ଆନ୍ଦୋଳନ କରି ଯୋଗଦେଇଥିଲେ ।କୁଇ ସମାଜର ସଭାପତି ଉଦ୍ଧବ ଜାନୀ, ଭାରତ ମୁକ୍ତି ମୁର୍ଚ୍ଛା ଏବଂ ବହୁଜନ କ୍ରାନ୍ତି ମୋର୍ଚ୍ଛା ସଂଯୋଜକ ଶ୍ରୀନିବାସ ଜାନୀ, ଅଧକ୍ଷତାରେ ବିଭିନ୍ନ ବ୍ଲକରୁ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ସକଳ ୮ ଘଟିକା ସମୟରେ ନୂଆଗାଁ ବଜାର ମଧ୍ୟରେ ରାଜରାସ୍ତା ଉପରେ ବସି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିଲେ ଘଟନା ସ୍ଥଳରେ ନୟାଗଡ SDPO ଓ ନୂଆଗାଁ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ ।୪୫ ମିନିଟ ଧରି ଆନ୍ଦୋଳନ ଚାଲିଥିଲା ।
0 Comments