ନୂଆଗାଁ ଶିକ୍ଷକ ସଙ୍ଘର ଦାବିପତ୍ର।. ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡର୍ରସନ ତରଫରୁ ଏକ ଦାବିପତ୍ର ଦିଆଯାଇଛି ୮ ମାସରୁ ଉର୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କ ନିମ୍ନ ଲିଖିତ ଦାବି ଗୁଡିକୁ ଏଯାବତ ପୂରଣ କରାଯାଇନାହିଁ l
ସେଥିପାଇଁ ଆଜି ସମତେ ପ୍ରାଥମିକ ସ୍କୁଲ ଶିକ୍ଷକ ମlନେ ରାଜରାସ୍ତାକୁ ଓହ୍ଲାଇ ଅଛନ୍ତି ଦାବିଗୁଡିକ ହେଲା ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷକର୍ମୀ ଓ ଶିକ୍ଷlସହାୟକ ମାନଙ୍କୁ ଠିକା କାର୍ଯ୍ୟ କଳାକୁ ଇନିକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଆକ୍କାଡ଼ର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ. ନୂଆଗାଁ ବ୍ଲକ ଶିକ୍ଷା ସଂଗଠକ ସଭାପତି ସିମାଞ୍ଚଳ ସେନାପତି, ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର ,ସୁଧିର କୁମାର ପ୍ରଧାନ, ନରେନ୍ଦ୍ର କୁମାର ବେହେରା,ପ୍ରକାଶ କୁମାର ବେହେରା,ସୁଧି ରଜନ ପରିଡାଙ୍କ ତତ୍ୱାବଧାନରେ
ନୂଆଗାଁ ବ୍ଲକ ଠାରୁଏକ ବିଶାଳ ରାଲିରେ ବାହାରି ନୂଆଗାଁ ଶିକ୍ଷା କାର୍ଯ୍ୟାଳୟରେ ପହଚି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର କର, ଜ୍ୟୋସ୍ନା ରାଣୀ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ଦିଆଯାଇଥିଲା. ଯଦି ଦାବି ପୂରଣ କରାନ ଯାଏ ତାହାହେଲେ ଚଳିତ ମାସ 16ତାରିଖରୁ ଓଡିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ. ସଂଘ ତରଫରୁ ଏହି ସୂଚନା ଦିଆଯାଇଛି.
0 Comments