ନୂଆଗାଁ ବ୍ଲକ ପରିସରରୁ ଗଡିଲା ଧାନ ଫସଲ ସଂଗ୍ରହ ପାଇଁ ଚାଷି ପଞ୍ଜୀକରଣ ରଥ



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରୁ ଆରମ୍ଭ ହୋଇଯାଇଛି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ରଥ । ମିଳିଥିବା ସୂଚନା ଅନୁସାରେ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ବିଭାଗ ଅନୁକୂଳୟରେ  ଆଜି ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ସବୁଜ ପତାକା ଦେଖାଇ ରଥର ଶୁଭରମ୍ବ କରିଥିଲେ । ନୂଆଗାଁ ବ୍ଲକ ସମସ୍ତ ପଞ୍ଚାୟତ ରେ ଭ୍ରମଣ କରି ଧାନ ଫସଲ ସଂଗ୍ରହ ପାଇଁ ଚାଷି କିପରି ନିକଟସ୍ଥ ସମବାୟ ସମିତି କେନ୍ଦ୍ରକୁ ଯାଇ ନାମ ପଞ୍ଜୀକରଣ କରିପାରିବେ ସେନେଇ ସୂଚନା ଦେବ । ସୂଚନା ମୁତାବକ ଜୁଲାଇ ମାସ ୧୫ ତାରିଖରୁ ପମଞ୍ଜିକରଣ ଆରମ୍ଭ ହୋଯାଇଛି । ପଞ୍ଜିକରଣର ସେସ ତାରିଚ ଏହି ମାସ ଅଗଷ୍ଟ ୧୬ ତାରିଖ । କୃଷକ ମାନେ ନିର୍ଧାରିତ ତାରିଖ ପୂର୍ବରୁ ନାମ ପଞ୍ଜୀକରଣ କରିନେବ ପାଇଁ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ବିଭାଗ ତରଫରୁ ସୂଚନା ଦିଆ ଯାଇଛି 

Post a Comment

0 Comments