ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବିଡିଓ ସଚିଦା ନନ୍ଦ ମିଶ୍ର ଏଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ନୟାଗଡ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସର୍ ଅଶୋକ ରଥ ଯୋଗଦେଇଥିଲେ । ନୂଆଗାଁ ଅତିରିକ୍ତ ତହସିଲଦାର କବିରାଜ ସେଠୀ. ସମସ୍ତ ବିଭାଗର ପ୍ରଶାସନୀକ ଅଧିକାରୀ ମାନେ ଯୋଗ ଦେଇଥିଲେ। ଅଗ୍ନିସମ ବିଭାଗ ,ଆରଡବଲୁଏସଏସ ଜରୁରୀକାଳିନ ବିଭାଗ ଉପସ୍ଥିତ ରହିଥିଲେ , ସମସ୍ତ ଯନ୍ତ୍ରି ଉପସ୍ଥିତ ରହିଥିଲେ । ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆର୍ନ୍ତଵିଭାଗୀୟ ସମନ୍ୱୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଥିଲେ। ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରେ ବିଭିନ୍ନ ବିଭାଗ ଦ୍ଵାରା କିପରି ଉଦ୍ଧାର କାର୍ଯ୍ୟ କରିବେ ସେ ସଂପର୍କରେ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ। ଜଳସେଚନ, ଗ୍ରାମ୍ୟ ପାନୀୟଜଳ ଯୋଗାଣ, ଜନସ୍ବାସ୍ଥ୍ୟ, ସ୍ବାସ୍ଥ୍ୟ,କୃଷି, ପ୍ରାଣୀ ଚିକିତ୍ସା, ଅଗ୍ନିଶମ, ଉଦ୍ୟାନ କୃଷି, ମତ୍ସ୍ୟ, ଖାଦ୍ୟ ଯୋଗାଣ, ପରିବହନ, ଜଙ୍ଗଲ ଆଦି ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବିଷୟରେ କହିଥିଲେ।
ବୈଠକର ମୁଖ୍ୟ ଉଦେଶ୍ୟ ଯେକୌଣସି ବିପର୍ଜୟ କୁ କିଭଳି ସାଧାରଣ ଜନତା ନିଜକୁ ପ୍ରସ୍ତୁତ ରଖିବେ ଓ ସମସ୍ତ ବିଭାଗ କିଭଳି ପ୍ରସ୍ତୁତ ରହିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ନୂଆଗାଁ ବିଡିଓ ଆଜିର ବୈଠକରେ ସମସ୍ତ ବିଭାଗକୁ ସଠିକ ଭ୍ବାରେ କିଭଳି ବିପର୍ଜୟକୁ ସମୁଖୀନ ସମୁଖୀନ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ । ସାଧାରଣ ଜନତା ବିପର୍ଜୟ ସମୟରେ ନିଜକୁ ସୁରକ୍ଷିତ ରଖିପାରିବେ ।
0 Comments