ନୂଆଗାଁ ବ୍ଲକ ପରିସରରେ ସ୍ୱାଧୀନତା ଦିବସ ପାଳନ ପାଈଁ ପସ୍ତୁତି ବୈଠକ.

 


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି 3ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ , ହାଇସ୍କୁଲ ,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା କିଭଳି କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା। କମିଟିର ନିଷ୍ପତି କ୍ରମେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ସଂଗୀତ ପ୍ରତିଯୋଗୀତା । ଚତୁର୍ଥ ରୁ ପଞ୍ଚମ ରଚନା(ଆମର ଗର୍ବ ଉତ୍କଳ ମଣି ଗୋପବନ୍ଧୁ ଦାସ ) ,ତର୍କ (ବୃକ୍ଷ ହିଁ ଜୀବନ )ଓ କୁଇଜ ପରତିଯୋଗୀତା । ଷଷ୍ଠରୁ ଅଷ୍ଟମ ରଚନା ପ୍ରଜାମଣ୍ଡଳ ଆନ୍ଦୋଳନରେ ନୂଆଗାଁ ପଞ୍ଚାୟତ ସମିତିର ଅବଦାନ ) ତର୍କ (ବୃକ୍ଷ-ଆଜିର ନାରୀ କେତେ ସଶକ୍ତ )।


ନବମ ରୁ ଦଶମ ରଚନା (ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ) ତର୍କ ବିଜ୍ଞାନର ଅଗ୍ରଗତି ସମାଜ ପାଇଁ ବିପଦ କି ? ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପାଇଁ ରଚନା(ବିଷୟ-ମୋ ଜୀବନର ଲକ୍ଷ ) ତର୍କ ( ଜାତିଆଣ ଭାବ ଜାତୀୟ ସହନ୍ତି ପାଇଁ ବିପଦ । +୩ ଡିଗ୍ରୀ କଲେଜ (ରଚନା –ଭାରତର ସ୍ୱାଧିନତା ଆନ୍ଦୋଳନରେ ନାରୀ ମାନଙ୍କର ଅବଦାନ ) ତର୍କ – ବିଜ୍ଞାନର ଅଗ୍ରଗତି ଧାର୍ମିକ ଚେତନାର ପରିପନ୍ଥୀ କି ? ନିର୍ଧାରିତ ସମୟରେ ନୂଆଗାଁ ପାଇମେରୀ ସ୍କୁଲ ମଧ୍ୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପ୍ରତୀଯୋଗୀତା ତା ୯ /୦୮ /୨୩ ଦିନ ୧୧ ଘଟିକା ସମୟରେ ହେବ । ଠିକ ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୧୦ /୦୮/୨୩ ଋଖ ଦିନ ୧୧ ଘଟିକା ସମୟରେ ନୂଆଗାଁ ଉଚ୍ଚ ବିଦ୍ୟାଲୟ ପରିସରରେ ଷଷ୍ଠ ରୁ ଦଶମ ଛାତ୍ରଛାତ୍ରୀ ପ୍ରତି ଯୋଗୀତା କରାଯିବ ପାଇଁ ନିସ୍ପତି ହୋଇଛି । ଆଜିର ବୈଠକ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଆମ୍ବଝରୀସରକାରୀ ପ୍ରାଥମିକ ବିଦ୍ୟାଳୟ କାଚପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର . ନୂଆଗାଁ ଆଦର୍ଶ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ନୂଆଗାଁ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ଭାଗ ନେବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛlତ୍ରୀମାନେ ନିଜସ୍ଵ କଲେଜରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଶାନ୍ତି ଶୃଙ୍ଖଳାର ସହିତ ନୂଆଗାଁ ସ୍କୁଲ ପଡି ଆରେ ଅନୁଷ୍ଠିତ ହେବ ପାଇଁ ନିସ୍ପତି କରାଯାଇଛି । ନିସ୍ପତି କ୍ରମେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ୯ ଘଟିକା ସମୟରେ ପତାକା ଉତୋଲନ କରିବା ସହ  ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ . ତତ ସହିତ ଛାତ୍ର ଛାତ୍ରୀ ଦ୍ଵାରା ପ୍ୟାରେଟ କାଯିବ । ଆଜିର ବୈଠକରେ ନୂଆଗାଁ ବିଡିଓ ସଚିଦା ନନ୍ଦ ମିଶ୍ର ବ୍ଲକ,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା , ନୂଆଗାଁ ଥାନା ଅଧୀକାରୀ ନାରାୟଣ  ଅତିରି କ୍ତ ତହ ସିଲଦାର କବିରାଜ ସେଠୀ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Post a Comment

0 Comments